ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

12


ପଦ୍ମପୁର/ଶିବାଶିଷ ପଟ୍ଟନାୟକ
:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି। ପ୍ରାତଃ ପର୍ଯ୍ୟାୟରେ ସସ୍ମିତା ଶତପଥି ଓ ଦୁର୍ବାଦଳ ସାହୁ ଗାନ୍ଧିଜୀ ଙ୍କ ବିଷୟରେ ମାର୍ଗ ଦର୍ଶନ କରିଥିବା ବେଳେ ଶରତ ମେହେର ଓ ଥବିର ଡନସନା ଲାଲବାହାଦୂର ଙ୍କ ଜୀବନୀ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ । ପ୍ରାତଃ ପଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ଆଜିର ଉଦ୍ଦେଶ୍ୟ କଥନ କରିଥିଲେ । ସେହିପରି ଦିବା ପର୍ଯ୍ୟାୟରେ ନରେନ୍ଦ୍ର ଗୁରୁଜୀ ସଂଯୋଜନା କରିଥିବା ବେଳେ ଅମିର ଗୁରୁଜୀ ଗାନ୍ଧିଜୀଙ୍କ ବିଷୟରେ ଓ ସୁରେନ୍ଦ୍ର ଗୁରୁଜୀ ଶାସ୍ତ୍ରୀଜୀଙ୍କ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ଲୋପାମୁଦ୍ରା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାମନ୍ଦିର ବିଭାଗରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଉଦ୍ଦେଶ୍ୟ କଥନ କହିଥିବା ବେଳେ ତରଣୀସେନ ଗୁରୁଜୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଧନଞ୍ଜୟ ଗୁରୁଜୀ ଗାନ୍ଧୀଜୀଙ୍କ ବିଷୟରେ ମାର୍ଗଦର୍ଶନ କରିଥିଲେ। ସୋନାଲି ସାହୁ ଗାନ୍ଧିଜୀଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଜ୍ଞାଶ୍ରୀ ପ୍ରଧାନ ଓ ଅନ୍ବେଷା ରାଣୀ ସାହୁ ସଂଯୋଜନା କରିଥିଲେ ।
ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଡନସନା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.