ଗଜପତି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

13

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଜପତି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସକାଶେ ଚିଠି ଲେଖିଛନ୍ତି। ଏହା ଭିତରେ ପାରଳାଖେମୁଣ୍ଡି ସହରର ବିକାଶ ପାଇଁ ୨୦୦ ଦୋକାନ ବିଶିଷ୍ଟ ଗୋଟିଏ ବଡ ଆଧୁନିକ ମାର୍କେଟ କମ୍ପ୍ଲେକ୍ସ , ରିଙ୍ଗ ରୋଡ ଓ ବାଇପାସ୍ ରୋଡ୍ , ରାମସାଗର , ସୀତା ସାଗର ଓ କୃଷ୍ଣସାଗରର ଉନ୍ନତିକରଣ , ସର୍ବପୁରାତନ ଗଜପତି ରାଜବାଟୀର ପୁନରୁଦ୍ଧାର ଓ ପୁନର୍ନିର୍ମାଣ , ପାରଳାଖେମୁଣ୍ଡି ରେଳଷ୍ଟେସନକୁ ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମକରଣ ଏବଂ ପାରଳାଖେମୁଣ୍ଡି ପୌରପରିଷଦରେ ଖାଲିଥିବା ଇଂଜିନିୟରିଂ ବିଭାଗର ପଦବୀ ସମ୍ପୂର୍ଣ୍ଣ କରିବାପାଇଁ ଲେଖିଛନ୍ତି।
ଏଥିସହ ଗଜପତି ଜିଲ୍ଲାର ସାର୍ବଜନୀନ ବିକାଶମୂଳକ ଭିତରେ ଗୁମ୍ମା ବ୍ଲକର ତରଂଗଡା ପଂଚାୟତର ଅମ୍ୱାଜରୀ ଠାରୁ ତୁମୁଲସିଂ ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ଅନୁକୁଣ୍ଡାଗୁଡା ପଂଚାୟତର ନାମନଗଡ ଠାରୁ ସୁରାଙ୍ଗି ଆରଡି ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ତରଭା ପଂଚାୟତର ଆଶ୍ରୟ ଗଡ ଠାରୁ ବିନୁମୁଡା ବିଟି ରାସ୍ତା ନିର୍ମାଣ , ଗୋଷାଣି ବ୍ଲକର କେରାଣ୍ଡି ପଂଚାୟତର କେରାଣ୍ଡି ଗ୍ରାମରୁ ବସନ୍ତ ନିବାସ ବିଟି ରାସ୍ତା ନିର୍ମାଣ , ବଡକତ୍ତୁରୁ ପଂଚାୟତର ବଡକତ୍ତୁରୁ ଗ୍ରାମରେ ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ଡମ୍ୱାଳ ପଂଚାୟତର ଜଲାଂଗ , କଡମାତାଳ ଠାରୁ ଡମ୍ୱାଳ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ଗାଇବା ପଂଚାୟତର ପଦାସାହି ଠାରୁ କିଡିସାର ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ଗଣ୍ଡାହାତୀ ପଂଚାୟତର ଗଣ୍ଡାହାତୀ ଆରଡି ରାସ୍ତା ଠାରୁ ସିଂଗିପୁର ଗ୍ରାମ ଦେଇ କୃଷ୍ଣସାଗର ଆରଡି ରୋଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ଉକ୍ତ ବ୍ଲକର ମାର୍ଲବା ପଂଚାୟତର ତବାରସିଂ ଠାରୁ ଲିମରସିଂ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ରାଇଡା ଠାରୁ ସିଣ୍ଡିସିଂ ରାସ୍ତା ନିର୍ମାଣ , ମାର୍ଲବା ଠାରୁ ଦାବାସାହି ଦେଇ ରାଇଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ପୋତ୍ତାର ପଂଚାୟତର ପିଡବ୍ଲୁଡି ରୋଡ ଠାରୁ ସାନକରଂଜସାହି ରାସ୍ତା ନିର୍ମାଣ , ଡମ୍ୱାଳ ପଂଚାୟତର ତୁବୁରସିଂ ଠାରୁ ଉପର ରାଇସିନା ରାସ୍ତା ନିର୍ମାଣ , କାଶୀନଗର ବ୍ଲକର ଖାରଡା ପଂଚାୟତର ଧୋବାପୁର ଠାରୁ ଗୋକୁଳ ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ତଳ ସାଂକୁରୁଡା ଠାରୁ କରଣସାହି ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ତରଂଗଡା ପଂଚାୟତର ତାମସିଂ ଠାରୁ ତଳ ତାମସିଂ(ପାଣ୍ଡରଂଗ ଦେଇ)ରାସ୍ତା ନିର୍ମାଣ,ଅଜୟଗଡ ପଂଚାୟତର ଅଜୟଗଡ ଠାରୁ ବାରାବାର ପର୍ଯ୍ୟନ୍ତ ବୁଢୀ ଘାଟି ଦେଇ ରାସ୍ତା ନିର୍ମାଣ , ତରଭା ପଂଚାୟତର ଲିଙ୍ଗା ଆରଡି ରୋଡ ଠାରୁ ପାରସିକ ରାସ୍ତା ନିର୍ମାଣ , ଗାଇବା ପଂଚାୟତର ତଣ୍ଡରଂଗ ଠାରୁ ବୁରୁସିଂ ଭାୟା ଗାଇବା ରାସ୍ତା ନିର୍ମାଣ , କାଶୀନଗର ବ୍ଲକର ଖାଣ୍ଡବା ପଂଚାୟତର ଆରଡି ଠାରୁ ପାଲସିଂ ରାସ୍ତା ନିର୍ମାଣ , ରାୟଗଡ ବ୍ଲକର କରଡାସିଂ ପଂଚାୟତର ଠାରୁ ସରଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ମାର୍ଲବା ପଂଚାୟତର କାକଲୁଂଗା ନାଳ ଉପରେ କଲଭେର୍ଟ ରୋଡ ନିର୍ମାଣ , କାଶୀନଗର ବ୍ଲକର ପାର୍ତଡା ପଂଚାୟତର ଜଡୁରୁ ଠାରୁ ଗରବା ଭାୟା ଲିଂଗା ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ଜଲାଂଗ ପଂଚାୟତର ଜଲାଂଗ-କଡମାତାଳ ଭାୟା ଜାମ୍ୱସାହି ଡମ୍ୱାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , କେରାଣ୍ଡି ପଂଚାୟତର ଆରଡି ରୋଡ ଭାୟା ଗଙ୍ଗାବାଡ କେରାଣ୍ଡି ରାସ୍ତା ନିର୍ମାଣ , ଜଲାଂଗ ନାଳ ଠାରୁ ଭାଲିଆସାହି ହାଇ ଲେଭେଲ ବ୍ରିଜ ନିର୍ମାଣ , ଅଂଚଳ ମହେନ୍ଦ୍ରତନୟା ନଦୀ ଉପରେ ବ୍ରିଜ ନିର୍ମାଣ ଇତ୍ୟାଦି ପ୍ରସ୍ତାବ ରଖିଛନ୍ତି।ଗଜପତି ଜିଲ୍ଲାର ଏହିସବୁ ବିକାଶମୂଳକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ଯ ଦେବାପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.