ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଦୁର୍ନୀତିଗ୍ରସ୍ତ ଓ ଅପରାଧିକ ମାନସିକତାର ବ୍ୟକ୍ତି: ପ୍ରତାପ ଜେନା

0

ଭୁବନେଶ୍ୱର – ଉଜ୍ଜ୍ୱଳା ଯୋଜନା ଦୁର୍ନୀତିରେ ବୁଡ଼ି ରହିଛି । ଏହି ଦୁର୍ନୀତିରୁ ସିଧାସଳଖ ଅର୍ଥ ସଂଗ୍ରହ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜନଗରରେ ଘଟିଥିବା ଉଜ୍ଜ୍ୱଳା ମହାଦୁର୍ନୀତି ଭାତ ହାଣ୍ଡିରୁ ଗୋଟିଏ । ଭୂତ ହିତାଧିକାରୀଙ୍କ ନାମରେ ଟାଙ୍କି ଉଠାଯାଇଛି । ହିତାଧିକାରୀଙ୍କ ଅଜାଣତରେ ବି ଟାଙ୍କି ଉଠିଛି । ସମଗ୍ର ଓଡ଼ିଶାରେ ଏପରି ଦୁର୍ନୀତି କରାଯାଇ କୋଟି କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ଉଠାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବୋଲି ମନ୍ତ୍ରୀ ତଥା ବରିଷ୍ଠ  ବିଜେଡି ନେତା ଶ୍ରୀ ପ୍ରତାପ ଜେନା ଅଭିଯୋଗ କରିଛନ୍ତି  ।

ଦୁର୍ନୀତିର ଏହି ପୋଷ୍ଟର ବୟ ଏବେ ପେଟ୍ରୋଲ ଟାଙ୍କି, ଗ୍ୟାସ୍ ଏଜେନ୍ସି ଏବଂ ତାଙ୍କ ଅଧୀନରେ ଥିବା ସଂସ୍ଥାଗୁଡିକୁ ପାଣ୍ଠି ଯୋଗାଣକାରୀ ଦୁଧିଆଳି ଗାଈ ଭଳି ବ୍ୟବହାର କରୁଛନ୍ତି । ବିଜେପୁର ଉପ-ନିର୍ବାଚନରେ ଗୋଟିଏ ପେଟ୍ରୋଲ ଟାଙ୍କିରୁ ୪୬ଲକ୍ଷ ଟଙ୍କା ଜବତ ହେବା, ଧର୍ମେନ୍ଦ୍ରଙ୍କ ଦୁର୍ନୀତିର ଢଙ୍ଗକୁ ସୂଚାଉଛି ବୋଲି ସୂଚନା ଦେଉଛି ବୋଲି ସୃଜେନା କହିଛନ୍ତି |

Leave A Reply

Your email address will not be published.