ପୁରୀ,୨୨/୬-ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ ପିଡୀତ ହୋଇଥିବା ବେଳେ ଶନିବାର ଏକାଦଶୀ ତିଥିରେ ଖଳିଲାଗି ଓ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ ।ଏହି ଅବସରରେ ଅଣସରର ରବିବାର ଦ୍ୱାଦଶୀ ତିଥିରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହୋଇଛି ରାଜପ୍ରାସାଦ ବିଜେ ନୀତି। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଛି। ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତି ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିଛନ୍ତି। ପରେ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ବସ୍ତ୍ର ବା ଶାଢୀକୁ ମୁଣ୍ଡରେ ବାନ୍ଧିଛନ୍ତି ଦଇତାପତି ସେବକ। ଯାହାକୁ ଶାଢୀବନ୍ଧା ନୀତି କୁହନ୍ତି। ଅନ୍ୟପଟେ ଗଜପତିଙ୍କ ସହ ଶୃଙ୍ଖଳିତ ରଥଯାତ୍ରା ପାଇଁ ସେବାୟତ ମାନେ ଆଲୋଚନା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post