ଜମନକିରା (ଲିପନ ନାଏକ ):ଆଜି ଜମନକିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କ ରେ ଯୋଗ ଦିବସ ପାଳିତ ହଇଥିବା ବେଳେ ଏନ, କ୍ୟୁ, ଏ, ଏସ ପୁରସ୍କାପ୍ରାପ୍ତ ଭୋଜପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଡ.ଶରତ କୁମାର ଦେହୁରୀ ଙ୍କ ସଭାପତିତ୍ବ ରେ ଏହା ପାଳିତ ହୋଇଯାଇଛି। ଏହାଛଡା ଜମନକିରା ବ୍ଲକ ର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଜମନକିରା, କେନାଢ଼ିପା, ବଞ୍ଜାରି, କୁଲୁଣ୍ଡି ଏବଂ ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଏହା ପାଳିତ ହୋଇଯାଇଛି। ଏହି ଅବସରରେ ଭୋଜପୁର ସ୍ଵାସ୍ଥ୍ୟ କେନ୍ଦ୍ର ର ଫାର୍ମାସୀ ଅଫିସର ପ୍ରଦ୍ୟମ୍ନ କୁମାର ସେଠ୍, କ୍ଲାରା ତିର୍କୀ,ଯୋଗ ଗୁରୁ ସୁରେଶ୍ଵରୀ ଚାଣ୍ଡେଲ ଯୋଗଦାନ କରିଥିଲେ। ଡ ଦେହୁରୀ ଯୋଗ ର ଉପକାରିତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ଏହାଛଡା ସ୍ବାସ୍ଥ୍ୟ କେନ୍ଦ୍ର ର ଡିଇଓ ଶମ୍ଭୁନାଥ ସାହୁ, ଅନ୍ୟ ସ୍ଵାସ୍ଥ୍ୟ କର୍ମୀ ମୁକେଶ କୁମାର ସାହୁ, ଯଜ୍ଞସିନି ଦାସ, ତୃପ୍ତିରାନି ପଳେଇ,ସଞ୍ଜୁ ମଗର, ଧନଞ୍ଜୟ ନାୟକ, ଆଦିତ୍ୟ ମାଝୀ,ସାବିତ୍ରୀ ଜୟପୁରିଆ,ସୁରଜ୍ ଷଣ୍ଢ, ଧିରଜ ଷଣ୍ଢ , ଅନିଲ ମହାନନ୍ଦିଆ, ସୀମା ମହାନନ୍ଦିଆ ଓ ଅଞ୍ଚଳର ଆଶା, ଏ ଏନ ଏମ ଦିଦି ମାନେ, ତଥା ଅଞ୍ଚଳର ଜନସାଧାରଣ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.