ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ତାଳପଦର ପଞ୍ଚାୟତରେ ବିନା ସୂଚନା ଫଳକରେ ସରକାରୀ କୋଠା ନିର୍ମାଣ କାମ ଚାଲିଛି। ତାହା ବି ଅତି ନିମ୍ନମାନର ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଜ୍ଵଳନ୍ତ ଉଦାହରଣ ଭାବେ କଲେଜ ସ୍ଥିତ ନିକଟରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ ହେଉଥିବା ନୂତନ କୋଠା ସ୍ୱାସ୍ଥ୍ୟକେନ୍ଦ୍ର ବୋଲି ଲୋକଙ୍କ ସୂତ୍ରରୁ ଜଣାଯାଇଛି। ସରକାରୀ କୋଠାର ନିର୍ମାଣ ସ୍ଥଳରେ ସୂଚନା ଫଳକ ନ ଥିବା ଜାଣି ହେଉନାହିଁ। ଯେକୌଣସି ସରକାରୀ କାମ ପୂର୍ବରୁ ପ୍ରଥମେ ସୂଚନା ଫଳକ କାର୍ଯ୍ୟ କରୁଥିବା ସଂସ୍ଥା ଲଗାଇବେ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ସେଥିରେ ଆର୍ଥିକ ବର୍ଷ, କେଉଁ ଯୋଜନାରେ ନିର୍ମାଣ ହେଉଛି, ଅଟକଳ ମୂଲ୍ୟ, କାର୍ଯ୍ୟ ଶେଷ ତାରିଖ ଇତ୍ୟାଦି ରହିବା କଥା | ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସଲାସୁତୁରା ମଧୁଚନ୍ଦ୍ରିକା ଯୋଗୁଁ ଠିକାଦାରଜଣକ ଖାମଖିଆଲି ମନୋବୃତିରେ ନିମ୍ନ ମାନର କାମ କରି ଚାଲିଛନ୍ତି । ସିମେଣ୍ଟ, ବାଲି, ମେଟାଲ, ଚିପ୍ସ ଇତ୍ୟାଦିର ପରିମାଣ ନିୟମ ଅନୁଯାୟୀ ମିଶ୍ରଣ କରାଯାଇନାହିଁ। ବୋଲି ଲୋକେ କହୁଛନ୍ତି l | ଏ ଦିଗରେ ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.