ପଦ୍ମପୁର :- ଶାନ୍ତିନଗର ଠାରେ ନୂତନ କରି ନିର୍ମାଣ ହେଉଥିବା ଶ୍ରୀ ଗୁଣ୍ଡିଚା ମାଉସୀ ମାଁ ମନ୍ଦିର ର ପ୍ରତିଷ୍ଠା ଉପଲକ୍ଷେ ନାମ ସଂକୀର୍ତନ୍ୟ ଯୋଗୁ ଯଜ୍ଞ ସ୍ଥଳ ପଡିଆରେ ପଣ୍ଡିତ ଶ୍ରୀ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ଙ୍କ ପୌରହିତ୍ୟ ରେ ଶ୍ରୀ ସୁରଜ ପ୍ରସାଦ ସାହୁ (ଗୁଡ୍ଡୁ) ଓ ତାଙ୍କ ଧର୍ମପତ୍ନୀ ଜ୍ୟୋଷ୍ଣାରାଣୀ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇ ପଣ୍ଡିତ ଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ ଘଣ୍ଟ ଧ୍ୱନି ରେ ଶୁଭ ଖମ୍ବ ସ୍ଥାପନ କରାଯାଥିଲା । ଏହି ଶୁଭ ଖମ୍ବ ସ୍ଥାପନ ସମୟରେ କମିଟି ର ସମସ୍ତ ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ସହଯୋଗ କରିଥିଲେ । ଆସନ୍ତା ତା.୨୬.୦୬.୨୦୨୫ ରିଖ ସକାଳ ୭ ଘଣ୍ଟା ସମୟରେ ମନ୍ଦିର ପ୍ରତିଷ୍ଠା ,ସନ୍ଧ୍ୟା ୬ ଘଣ୍ଟା ରେ କଳସ ଯାତ୍ରା ଓ ଅଧିବାସ,
ତା. ୨୭.୦୬.୨୦୨୫,ମାଧ୍ୟାନ୍ନ ୧ ଘ.ସମୟରେ ନାମସଂକୀର୍ତନ୍ୟ ଶୁଭାରମ୍ଭ ଅପରାନ୍ହ ୪ ଘଣ୍ଟା ସମୟରେ ରଥା ରୁଡ୍ଡ ଚତୁର୍ଦ୍ଧା ମୂର୍ତ୍ତି (ଜଗନ୍ନାଥ,ବଲଭଦ୍ର,ସୁଭଦ୍ରାଓ ସୁଦର୍ଶନ ଭଗବାନ) ଙ୍କୁ ଶ୍ରୀ ଯୁକ୍ତ ଭକ୍ତବନ୍ଧୁ ସାହୁଙ୍କ ଘର ସାମ୍ନା ରୁ ସ୍ୱାଗତ କରାଯାଇ ଶ୍ରୀ ଗୁଣ୍ଡିଚା ମାଉସୀ ମାଁ ମନ୍ଦିର କୁ ପ୍ରବେଶ ଉତ୍ସବ କରାଯିବା ନେଇ କମିଟି ତରଫରୁ ସୂଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.