ଅସ୍ତରଙ୍ଗ: ଅସ୍ତରଙ୍ଗ ଅଞ୍ଚଳ ବର୍ତ୍ତମାନ ମଦ୍ୟପ ଓ ବେପରୁଆ, ଦ୍ରୁତ ବାଇକ ଚାଳକ ଙ୍କ ହବ୍ ପାଲଟିଛି l ଦିନକୁ ଦିନ ବାଇକ ଚାଳକ ଙ୍କ ପାଇଁ ଘଟୁଛି ଦୁର୍ଘଟଣା, ରାସ୍ତା ରେ ପଥଚାରି ଙ୍କୁ ଗାଡି ଧକ୍କା ହେଉଥିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ଗାଡି କୁ ଦେଉଛନ୍ତି ମାରାତ୍ମକ ଧକ୍କା, ଏହି ଘଟଣା ପାଇଁ ସାଧାରଣ ଲୋକ ଏବେ ସାଇକେଲ ଦୂରର କଥା ପାଦରେ ଚାଲି ଚାଲି ମଧ୍ୟ ରାସ୍ତା କୁ ଆସିବାକୁ ଭୟ କଲେଣି l ଆଜି ଅପରାହ୍ନ ୪ ଘଟିକା ସମୟ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅସ୍ତରଙ୍ଗ ଉକୁଳେଇ ଛକ ରେ ଘଟିଛି, ଦ୍ରୁତ ବାଇକ ପଛରେ ବସିଥିବା ଯୁବକ ଗୁରୁତ୍ୱର ହୋଈଛନ୍ତି, ସୂଚନା ମୁତାବକ ଅସ୍ତରଙ୍ଗ ରୁ କାକଟପୁର ରାସ୍ତା ରେ ୨ ଗୋଟି ବୁଲେଟ ଯଥା -ଓ ଡି ୦୨ସି ଏ ୭୯୬୪ ଏହି ବାଇକ ରେ ୩ ଜଣ ଯୁବକ ବସିଥିଲେ ଆଉ ଉକ୍ତ ଯୁବକ ଙ୍କ ପଛରେ ଆଉ ଏକ ଦ୍ରୁତ ବାଇକ ନମ୍ବର – ଓ ଡି ୦୨ ଡିଏ ୩୫୯୩ ରେ ୨ ଜଣ ଯୁବକ ଥିଲେ, ଉଭୟ ବାଇକ କୁ ଏତେ ଦ୍ରୁତ ଗତି ରେ ଆଣୁଥିଲେ ଜେ,ରାସ୍ତା କଡ଼ରେ ଓଡି ୦୨ଭି ୬୯୦୮ ନମ୍ବର ର ଏକ ଧଳା ରଙ୍ଗ ମାରୁତି ସ୍ବିଫ୍ଟ ସହ ସିଧା ଧକ୍କା କରିଥିଲେ l ୩ ଜଣ ବସିଥିବା ବୁଲେଟ କୁ, ଦୁର୍ଘଟଣା ର ତୀବ୍ରତା ଏତେ ଥିଲା ଯେ ଛିଡା ହୋଇଥିବା କାର ର ଆଗ ଡାହାଣ ପଟ ଚକା ଫାଟି ଗୋଟେ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା, ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ, ଗୁରୁତ୍ୱର ଆହତ ହୋଇଥିବା ଯୁବକ ଙ୍କୁ ସ୍ଥାନୀୟ ବ୍ୟବସାୟୀ ଜୟନ୍ତ ବିଶ୍ୱାଳ ନିଜ ଗାଡି ରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ ଓ ଅନ୍ୟ ଚାରି ଜଣ ଯୁବକ ଘଟଣା ସ୍ଥଳରୁ ଚମ୍ପଟ ମାରି ଖସିଯାଇଥିଲେ l ଦୁର୍ଘଟଣା ଶିକାର ହୋଇଥିବା ବୁଲେଟ କୁ ସ୍ଥାନୀୟ ଲୋକ ରାସ୍ତା ରୁ ଉଠାଇ ରଖିଥିଲେ ଆଉ ସେହି ଗାଡି ରେ କିଛି ମଦ କଳାରଙ୍ଗ ଜରି ରେ ଟଙ୍ଗା ଯାଇଥିଲା ଯାହା ଭାଙ୍ଗି ଗୁଣ୍ଡ ହୋଇଯାଇଛି, ଘଟଣା ଘଟିବା ପରେ ଅସ୍ତରଙ୍ଗ ପୋଲିସ ଉକୁଳେଇ ଛକ ରେ ପହଞ୍ଚି ଦୁର୍ଘଟଣା ଗସ୍ତ ବାଇକ କୁ ଉଦ୍ଧାର କରି ଥାନା କୁ ନେଇଛି ଆଉ ଅନ୍ୟ ଗାଡି ଗୁଡିକର ନମ୍ବର ବିଶେଷ ସୂତ୍ର ରୁ ପାଇ ତଦନ୍ତ କରୁଛି, ଗୁରୁତ୍ୱର ଆହତ ର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱର ହେବାରୁ ଅସ୍ତରଙ୍ଗ ଚିକିତ୍ସାଳୟ ଡାକ୍ତର ବିଶ୍ୱଭାରତୀ ମହାଲିକ୍ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି, ସମ୍ପୃକ୍ତ ଯୁବକ ମାନଙ୍କ ଠିକଣା ଓ ନା ବର୍ତ୍ତମାନ ସୁଧା ମିଳିପାରିନାହିଁ ବୋଲି ଅସ୍ତରଙ୍ଗ ପୋଲିସ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post