ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଆଜି ପ୍ରଦ୍ୟୁମ୍ନ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି I ଏଠାରେ ଥିବା ପୂର୍ବତନ ଅଧ୍ୟକ୍ଷ ରଞ୍ଜନ କୁମାର ପ୍ରଧାନ ଅବସର ଗ୍ରହଣ କରିବା ପରେ ଶ୍ରୀ ସାହୁ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି I ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱାଗତ ଉତ୍ସବରେ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ,ବରିଷ୍ଠ କିରାଣୀ ରାଧାମୋହନ ଦାସ, ଅଧ୍ୟାପକ ଅଶୋକ କୁମାର ପ୍ରଧାନ,ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ I ଶ୍ରୀ ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ,ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପରିଚାଳନା କମିଟି ମଧ୍ୟରେ ସମନ୍ଵୟ ରକ୍ଷା କରି ଅନୁଷ୍ଠାନର ଶୈକ୍ଷିକ ଏବଂ ସହ ଶୈକ୍ଷିକ କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.