ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୮/୦୬/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଠାରେ ଡାବୁଗାଁ ମଣ୍ଡଳ ବିଜେପି ଦଳ ତରଫରୁ ବିକଶିତ ଭାରତ,ବିକଶିତ ଓଡ଼ିଶା ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଦିବାନ ସିଂ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ଜିଲ୍ଲା ବିଜେପି ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ମନୋରମା ନାୟକ,ନରେଶ ସିଂ ,ଜି ସତ୍ୟା ରାଓ,
ନୁରୁ ସିଂ,ରତନ କଲାର,ଲକ୍ଷ୍ମୀ ଜାନି , ପାପିନ ମୁନି , ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଅତିଥି ମାନେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ରେ ବିକଶିତ ଭାରତ ର ଅମୃତ କାଳ,ସେବା,ସୁଶାସନ,ଓ ଗରିବ କଲ୍ୟାଣ ରେ ସ୍ବପ୍ନ ର ବାସ୍ତବ ରୂପ ନେଇଥିବା କହିଥିଲେ। ନିର୍ବାଚନ ସମୟରେ ବିଜେପି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛନ୍ତି ବୋଲି କହିଥିଲେ। ଡବଲ ଇଞ୍ଜିନ ସରକାର ରେ ବିକାଶ ର ଧାରା ବଜାୟ ରହିବା ସହ ଏହା ସବୁ ବର୍ଗର ଗରିବ,ଅସହାୟ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ର ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ବୋଲି କହିଥିଲେ। ଗାଁ ଗାଁ ଘର ଘର ବିଜେପି ସରକାରଙ୍କ ବହୁମୁଖି ଜନ କଲ୍ୟାଣ ଯୋଜନା ର ପ୍ରଚାର ପ୍ରସାର କରିବାକୁ ସଂକଳ୍ପ ନିଆ ଯାଇଥିଲା। ସେହିପରି ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ବାବା ଆଖଣ୍ଡଳ ମଣି ମନ୍ଦିର ପରିସରରେ ବିଜେପି ବୋରିଗାଁ ମଣ୍ଡଳ ର ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ମୁନା ପଣ୍ଡା,ସପନ ପୂଜାରୀ,ବିଶ୍ଵନାଥ ମାଝୀ, ଡମ୍ବୁରୁ ଭତରା ସହ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.