( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) ଖଲ୍ଲିକୋଟ:୧୭/୬, ସୁନାମ ଧନ୍ୟ ଖଲ୍ଲିକୋଟ ଏବେ ଖଚ୍ଚକୋଟ ରେ ପରିଣତ ହୋଇଥିବା ପରିଲକ୍ଷିତ ହେଉଛି । ଯେଉଁ ଖଲ୍ଲିକୋଟ ସହର ଦିନେ ଓଡ଼ିଶାର ଇତିହାସ ରେ ଲିପିବଦ୍ଧ ହୋଇଥିଲା , ସେ ସହର ଏବେ ଧୂଳି ସାତ ହେବାକୁ ବସିଲାଣି।
ଏଠାରେ ଯେଉଁ ନେତାମାନେ ଭୋଟ ସମୟରେ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା ମାଗିବାକୁ ଯାଉଥିଲେ , ସେମାନେ ଗଲେ କୁଆଡେ ? । ଏମାନେ ସେହି ମାନେ , ଯେଉଁ ମାନେ କି ସମ୍ପଦେ ସମସ୍ତେ ସଖା, ବିପଦେ ନ ଦିଅନ୍ତି ଦେଖା । ଏହା କହିବା ର ତାପ୍ତର୍ଯ୍ୟ ଖଲ୍ଲିକୋଟ ରେ ମର୍ଦ୍ଦରାଜ ଶିଶୁ ଉଦ୍ୟାନ ର ସମ୍ମୁଖ ଭାଗରେ ଥିବା ଓପେନ୍ ଜିମ୍ ହୋଇଛି, ହେଲେ ଅନ୍ଧାର ଘେରରେ ଅଛି। ରାସ୍ତା କଡ଼ରେ ବିଦ୍ୟୁତ୍ ଖୁଣ୍ଟି ପୋତାଯାଇଛି , କିନ୍ତୁ କୋୖଣସି ପୋଲରେ ଲାଇଟ୍
ଜଳୁନି । ବର୍ତ୍ତମାନ ଏବେ ନୂତନ ରୋଡ଼ କାମ ଚାଲିଛି, ଯାହାକି ଚାରି ଇଞ୍ଚ୍ ଉଚ୍ଚତା ରେ ପଡିଛି,ଏଥିରେ ମଧ୍ୟ ତାରତମ୍ୟ ହେବାର ପରିଲକ୍ଷିତ ହୋଇଛି।ଏଣେ ବିଦ୍ୟୁତ୍ ପୋଲ୍ ଗୁଡିକ ରୋଡ଼ କୁ ଲାଗି ପୋତା ଯିବା ଫଳରେ ଦୁର୍ଘଟଣାରେ ଗାଡ଼ି ଚାଳକ ମାନେ ସମ୍ମୁଖୀନ ହେଉଛନ୍ତି। ତେଣୁ ବିଦ୍ୟୁତ୍ ପୋଲ୍ ଗୁଡିକ ରୋଡ଼ ଠାରୁ ଦୂରତ୍ବ ରଖିଲେ ଜନସାଧାରଣ ଙ୍କ ଜୀବନ ବିପଦାପନ୍ନ ରୁ ମୁକ୍ତ ହେବ ।ସବୁ ଏନ୍ ଏ ସି ରେ ରାସ୍ତା ଓସାରିଆ ହେବାର ଦୃଷ୍ଟି ଗୋଚର ହେଉଛି । ଖଲ୍ଲିକୋଟ ସହରର ରାସ୍ତା କାହିଁକି କେଜାଣି ଓସାରିଆ ହୋଇପାରୁ ନାହିଁ,? । ଆମ ଖଲ୍ଲିକୋଟ ରେ ଏତେ ସମସ୍ୟା ଅଛି, ବର୍ଣ୍ଣନା କଲେ ଗୋଟିଏ ଗ୍ରନ୍ଥହେଵ ।
Sign in
Sign in
Recover your password.
A password will be e-mailed to you.