ବଲାଙ୍ଗୀର- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବିଜେପି ସରକାରର ଦାୟିତ୍ୱରେ ଏକ ବର୍ଷ ପୂର୍ଣ୍ଣ ହେବାର ଅବସରରେ “ବର୍ଷ ଏକ ଉପଲବ୍ଧି ଅନେକ”ଓ କୃଷକ ଶକ୍ତି ସମାବେଶ ଶୀର୍ଷକ ଉତ୍ସବ ବଲାଙ୍ଗୀର ଜିଲ୍ଲାର ପଥରଚେପା ରେ ଗର୍ବଭରିତ ଭାବେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ମୋହନ ଚରଣ ମାଝି ଯୋଗଦେଇ, ନୂଆ ସରକାରର ଏକ ବର୍ଷ ମଧ୍ୟରେ ସାଧିତ ଉନ୍ନତି ଓ ଜନମୁଖୀ କାର୍ଯ୍ୟକ୍ରମଗୁଡ଼ିକୁ ନେଇ ହୃଦୟସ୍ପର୍ଶୀ ଭାଷଣ ଦେଇଥିଲେ।
ଏହି ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ଓ ଚାଷ ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ,ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଇଲେକ୍ଟ୍ରୋନିକ୍ସ ଓ ତଥ୍ୟ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ,ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ,ଟିଟିଲାଗଡ ବିଧାୟକ ଶ୍ରୀ ନବୀନ ଜୈନ,କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ,ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା, ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ରାମଚନ୍ଦ୍ର ଯାଦବ ସରକାରର ଉପଲବ୍ଧିଗୁଡ଼ିକୁ ଉଜାଗର କରିଥିଲେ |
ଏହି ଉତ୍ସବରେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜି ଇଶଲଵାର, ପୋଲିସ ଅଧୀକ୍ଷକ ଶ୍ରୀ ଅଭିଲାସ ଜି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ତଥା ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ହଜାର ହଜାର କୃଷକ, ଯେଉଁମାନେ ନିଜ ଅଭିପ୍ରାୟ ବ୍ୟକ୍ତ କରି କହିଥିଲେ ଯେ, ବର୍ତ୍ତମାନ ସରକାର ତାଙ୍କର ଦୁଃଖ ଓ ଆବଶ୍ୟକତା ବୁଝିବାରେ ସକ୍ଷମ ହୋଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତାଙ୍କ ଅଭଭାଷଣରେ ରାଜ୍ୟର ଗରିବ, କୃଷକ,ମହିଳା ଏବଂ ଯୁବକମାନଙ୍କୁ ଚାରୋଟି ଜାତି ବୋଲି ସମ୍ବୋଧନ କରିଥିଲେ । ଏମାନଙ୍କ ବିକାଶ ଓ ସୁବିଧା ନିମନ୍ତେ ନିଜ ମୁଖ୍ୟମନ୍ତ୍ରୀ ଫଣ୍ଡରୁ ଆର୍ଥିକ ଅନୁଦାନ ପ୍ରଦାନ କରି ମୁଣ୍ଡପିଛା ଆୟ ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉପମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଜିଲ୍ଲାରେ ଗୋଟିଏ କୃଷି କଲେଜ ଓ ଗୋଟିଏ ଫିଶରିଜ କଲେଜ ନିର୍ମାଣ କରିବାକୁ ଚୁକ୍ତିବଦ୍ଧ କରିଛନ୍ତି ।
ଏହି ଉତ୍ସବ ବଲାଙ୍ଗିର ବାସୀ ଓ ଓଡ଼ିଶାର ଜନସାଧାରଣ ମଧ୍ୟରେ ନୂତନ ଆଶା ଓ ବିଶ୍ବାସ ଆଣିଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଆଶା ଓ ବିଶ୍ବାସକୁ ପୂରଣ କରିବାରେ ଏହି ବିଜେପି ସରକାର ସଫଳ ହେଉଛି ନା ନାହିଁ । ନା କେବଳ “ବଡି ବଡି ବାତେ ଔର ବଡା ପାଓ ଖାତେ” ହିନ୍ଦୀ ଲୋକ କଥାକୁ ସମ୍ପୂର୍ଣ ରୂପେ ସିଦ୍ଧ କରୁଛି ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଉଛି।
Sign in
Sign in
Recover your password.
A password will be e-mailed to you.