ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଜଗନ୍ନାଥ ମନ୍ଦିର ପରିସରରେ ଆଗାମୀ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସ୍ଥାୟୀ ସଭାପତି ତଥା ଡ଼ାବୁଗାଁ ତହସିଲଦାର ଗୀତା ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି ଜଗନ୍ନାଥ ମନ୍ଦିର ରୁ ନୁଆଗୁଡ଼ା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମରାମତି,ଡ୍ରେନ ସଫେଇ, ବ୍ଲିଚିଂ ସିଞ୍ଚନ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା,ବିଦ୍ୟୁତ୍ ସେବା ,ସ୍ବାସ୍ଥ୍ୟ ସେବା ସହ ଶୃଙ୍ଖଳିତ ରଥ ଟଣା ଉପରେ ଗୁରୁତ୍ବ ଦିଆ ଯାଇଥିଲା।ସ୍ଥାନୀୟ ପୁଲିସ ପକ୍ଷରୁ ଭିଡ କୁ ନିୟନ୍ତ୍ରଣ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଉପରେ ଆଲୋଚନା ହୋଇଥିଲା।ରଥ କାର୍ଯ୍ୟ ଓ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଶ୍ରୀଜୀଉ ଙ୍କ ନିତିକାନ୍ତି ଉପରେ ଆଲୋଚନା ହୋଇଥିଲା। ଏହି ବୈଠକ ରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ଉପ ସଭାପତି ଜି ଭେଙ୍କେଟେଶ୍ୱର ରାଓ,ସମ୍ପାଦକ ଭଗବାନ ମହାନ୍ତି,କୋଷାଧ୍ୟକ୍ଷ ଜି ସାଇ ରାଜୁ,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଏମ ଆପ୍ପା ରାଓ,ଲକ୍ଷ୍ମୀକାନ୍ତ ରଥ, ସୁରେନ୍ଦ୍ର ମିଶ୍ର,ବାବୀ ଜେନା,ପ୍ରକାଶ ପଣ୍ଡା,ସପନ ଦେ ,ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ଆର ଶଙ୍କର ରାଓ,ରାଜେନ୍ଦ୍ର ମିଶ୍ର,ରଘୁନାଥ ପାତ୍ର, ଡି ରାଜା,ଡ଼ାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଅଗୁପାତ୍ର, ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ସିଡିପିଓ ମିନତି ଦାସ, ଭାରପ୍ରାପ୍ତ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡକ୍ଟର ସୁବାଶିସ ସାହୁ,କନିଷ୍ଠ ଯନ୍ତ୍ରୀ ଦିଲିପ ମିଶ୍ର,ସହ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post