ବିବାହର ପ୍ରଲୋଭନ ଦେଖାଇ ଯୁବତୀ ସହ ଶାରୀରୀକ ସମ୍ପର୍କ ; ଯୁବକ ଗିରଫ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀ ସହ ତିନି ବର୍ଷ ଧରି ଶାରୀରୀକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରିବା ଅଭିଯୋଗରେ ଗାଙ୍ଗପୁର ପୋଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ମଦନଗଣ୍ଡାପଲ୍ଲୀରେ ଜଣେ ଯୁବତୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଅଙ୍ଗଦ ମଲ୍ଲିକ(୩୧) ବିବାହର ପ୍ରଲୋଭନ ଦେଖାଇ ତିନି ବର୍ଷ ତଳୁ ଯୁବତୀ ସହ ଶାରୀରୀକ ସମ୍ପର୍କ ରଖି ଆସୁଥିଲା I କିନ୍ତୁ ପରବର୍ତ୍ତୀ ସମୟରେ ଅଙ୍ଗଦ ଯୁବତୀ ସହ କୌଣସି ସମ୍ପର୍କ ରଖିବାକୁ ମନା କରିବା ସହ ବିବାହ କଥାକୁ ଫାଙ୍କିବାକୁ ବସିଥିବାରୁ ଯୁବତୀ ଜଣଙ୍କ ଘଟଣା ସମ୍ପର୍କରେ ନିଜ ପରିବାରରେ ଜଣାଇଥିଲେ I ଏଥିରେ କ୍ଷୁବ୍ଧ ହୋଇ ମଦନ ଯୁବତୀଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା I ଏନେଇ ପୀଡ଼ିତା ଜଣଙ୍କ ଗାଙ୍ଗପୁର ଥାନାର ଦ୍ୱାରସ୍ଥ ହେବା ପରେ ତାଙ୍କ ଏତାଲାକୁ ଭିତ୍ତିକରି ଗାଙ୍ଗପୁର ଥାନାରେ 417/25 ରେ ଏକ ମାମଲା ରୁଜୁ କରାଯିବା ସହିତ ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଅଭିଯୁକ୍ତ କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି I

Leave A Reply

Your email address will not be published.