ବିକଶିତ ଗାଁ ବିକଶିତ ଓଡିଶା, ସାରଥି ସାଜିଲେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା

0 2


ଜଗତସିଂହପୁର,ତା-୧୭.୦୬.୨୦୨୫/ସୁମନ୍ତ କୁମାର ଦାସ: ଓଡିଶା ରାଜ୍ୟରେ ମୋହନ ମାଝି ନେତୃତ୍ବାଧିନ ସରକାର ଙ୍କ ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ,ପଞ୍ଚାୟତ ସମିତି ତିର୍ତ୍ତୋଲ ପକ୍ଷରୁ ,ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ଲକ୍ ବଜାର ସ୍ଥିତ ଜୟ ପ୍ରକାଶ ମଇଦାନ କୁମାର ଉତ୍ସବ ସମିତି ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଦର୍ଶକ ଗାଲେରୀରେ ତିର୍ତ୍ତୋଲ ବ୍ଳକର ୨୯ ଗୋଟି ପଞ୍ଚାୟତ ରୁ ଆସିଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିବା ବେଳେ, ଅତିଥିଭାବେ ଶିଳ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଏବଂ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରେଇ, ବ୍ଳକ ଅଧ୍ୟକ୍ଷ , ଜିଲ୍ଲାପରିଷଦ ସଦସ୍ୟ ଏବଂ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ବିଧାୟକ ରମାକାନ୍ତ ଭୋଇ ନିମନ୍ତ୍ରିତ ଥିଲେ ମଧ୍ୟ ତାଙ୍କର ଅନୁପସ୍ଥିତି ସାଧାରଣରେ ଆଲୋଚନା ର ବିଷୟ ପାଲଟିଥିଲା ।
ସଭା ପ୍ରାରମ୍ଭ ରେ ରାଜ୍ୟ ଜାତୀୟ ସଂଗୀତ ବନ୍ଦେ ଉତ୍କଳଜନନୀ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ରାଜ୍ୟକୁ ଏକ ବର୍ଷ ଧରି ଶାସନ କରୁଥିବା ଡବଲ ଇଞ୍ଜିନି ସରକାର ଙ୍କ ସଫଳତା ଫର୍ଦ୍ଦ ଅତିଥିମାନେ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।
ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ତାଙ୍କ ବକ୍ତବ୍ୟ ରେ କହିଥିଲେ ଦଳମତ ନିର୍ବିଶେଷର ସମସ୍ତ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ କିପରି ପହଞ୍ଚିପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପ୍ରଶାସନକୁ କହିଥିଲେ ।
ଉକ୍ତ ସଭାରେ କେତୋଟି ପ୍ରସଙ୍ଗ ଥିଲା ଯାହା ସାଧାରଣରେ ଚର୍ଚ୍ଚିତ ଥିଲା (୧) ଦର୍ଶକ ଭାବେ ମହିଳା ମାନଙ୍କ ଉପସ୍ଥିତିରୁ ଜଣା ପଡୁଥିଲା ଯେପରି ବିକଶିତ ଗାଁ ବିକଶିତ ଓଡ଼ିଶାର କର୍ଣ୍ଣଧାର ହେଉଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟମାନେ |
(୨) ଯଦିଓ ଏହା ସରକାରୀ କାର୍ଯ୍ୟକ୍ରମ ଥିଲା । କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ , ତିର୍ତ୍ତୋଲ ଅଞ୍ଚଳରୁ ଅଧିକାଂଶ ବିଜେଡି କର୍ମୀ ଉପସ୍ଥିତ ଥିବା ବେଳେ | ବିଜେପି ପକ୍ଷରୁ ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଏବଂ କିଛି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଛାଡି ଦେଲେ , ତୃଣ ମୂଳ ସ୍ତରର ସାଂଗଠନି କାର୍ଯ୍ୟ ନିର୍ବାହ କରୁଥିବା କାର୍ଯ୍ୟକର୍ତ୍ତା ମାନେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଥିଲା ।

Leave A Reply

Your email address will not be published.