ଜମନକିରା (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଞ୍ଚାୟତର ତାଳମୁଣ୍ଡା କଣ୍ଟାରେ ଏକ ପାହାଚ ଘାଟ ନିର୍ମାଣ କାର୍ଯ୍ୟ ହେଉଥିବା ଦେଖାଯାଇଛି। ଏହି କାର୍ଯ୍ୟ ଆରମ୍ଭରୁ କାର୍ଯ୍ୟର ସ୍ୱଛତା ଏବଂ ପାରଦର୍ଶିତା ବଜାୟ ରଖି କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ନିର୍ମାଣ କରାଯିବାର ସରକାରୀ ନିୟମ ଥିଲେ ମଧ୍ୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁରଚନ୍ଦ୍ରିକା ଯୋଗୁଁ ନାମଫଳକର ଆବଶ୍ୟକତା ପଡ଼ିନାହିଁ । କେଉଁ ଯୋଜନାରେ କେତେ ଟଙ୍କା ବିନିଯୋଗରେ ଏହି ନିର୍ମାଣ କାର୍ଯ୍ୟ ହେଉଛି ତାହା ସର୍ବସାଧାରଣଙ୍କୁ ସମ୍ପୂର୍ଣ୍ଣ ଉହ୍ୟ ରଖାଯାଇଛି । ସେହିପରି ଉକ୍ତ କଣ୍ଟାରେ ଦୁଇ ମାସ ପୂର୍ବରୁ ଏକ ପାହାଚ ଘାଟ ନିର୍ମାଣ କରାଯାଇଥିବା ବେଳେ ବର୍ତ୍ତମାନ କେଉଁ ଉଦ୍ଦେଶ୍ୟରେ ଏତେ ତରବରିଆ ଭାବେ ବିନା ସୂଚନା ଫଳକରେ କାର୍ଯ୍ୟ କରାଯାଉଛି ତାହା ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଏକ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଅନ୍ୟ ପକ୍ଷରେ ବିନା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ହୋଇଥିବା ଯୋଗୁଁ ଠିକାଦାର ଏବଂ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ବହୁ ମୋଟା ଅଙ୍କର ଅର୍ଥ ହରିଲୁଟ୍ କରା ଯାଉଥିବା ନେଇ ସାଧାରଣରେ ସନ୍ଦେହ ଘନୀଭୂତ ହୋଇଛି । ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଜମନକିରା ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରିବାରୁ ଅତି ଆଶ୍ଚର୍ଯ୍ୟ ପ୍ରକାଶ କରି ଏହାର ତନଖି କରିବେ ବୋଲି କହି ତଥାକଥିତ ଅଧିକାରୀ ଜଣଙ୍କ ଚାଲି ଯାଇଥିଲେ ।
Sign in
Sign in
Recover your password.
A password will be e-mailed to you.