ଘୁମୁସର ହରିଦ୍ରା ତୈଳିକ ବୈଶ୍ୟ ସମାଜର ୭୪ତମ ବାର୍ଷିକ ଉତ୍ସବ ଓ ମହାସଭା

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଆଜି ନିକଟସ୍ଥ ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ପରିସରରେ ଘୁମୁସର ରେ ଥିବା ୬ଗୋଟି ଅଞ୍ଚଳକୁ ନେଇ ହରିଦ୍ରା ତୈଳିକ ବୈଶ୍ୟ ସମାଜର ୭୪ ତମ ବାର୍ଷିକ ଉତ୍ସବ ଓ ମହାସଭା ରଙ୍କନିଧି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଭାରେ ମୁଖ୍ୟ ଅତିଥି ଭାବେ ରୁମାଗଡ଼ ସଭାପତି କାହ୍ନୁ ଚରଣ ସାହୁ, କୁମୁଣ୍ଡ ସଭାପତି ସୁବାଷ ଚନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ସଭାପତି ତ୍ରିପତି ସାହୁ, ବୁଗୁଡ଼ା ସଭାପତି ବସନ୍ତ ସାହୁ,ବଡକୋଦଣ୍ଡା ସଭାପତି ସନ୍ତୋଷ ସାହୁ, ହରିଗଡ ସଭାପତି ଅନିଲ ସାହୁ, ସୋରଡ଼ ସଭାପତି ସମୀର ସାହୁ, ଜଗନ୍ନାଥ ପ୍ରସାଦ ସଭାପତି ଜଗବନ୍ଧୁ ସାହୁ ଯୋଗ ଦେଇଥିଲେ।ପ୍ରାରମ୍ଭରେ ସଭାପତି ବୃନ୍ଦ ହରିଦ୍ରା ତେଲି ଜାତିର ପତାକାକୁ ଉତ୍ତୋଳନ କରିବା ସହିତ ଦ୍ବୀପ ପ୍ରଜ୍ୱଳନ କରି ଶ୍ରୀ ଗୋପୀନାଥ ସ୍ୱାମୀଙ୍କ ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାକାର୍ଯ୍ୟରେ ଉପସ୍ଥିତ ସମସ୍ତ ସଭାପତି ଓ ସମ୍ପାଦକ, ୯୫ଜଣ ଜୋନ ମେମ୍ବର ସମସ୍ତଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା, ଓ ୨୦୨୪-୨୫ ଶିକ୍ଷାବର୍ଷର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ୭୦% ଉର୍ଦ୍ଧ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। କେନ୍ଦ୍ର ସମ୍ପାଦକ ପୁରୁଷୋତ୍ତମ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ହରିଦ୍ରା ସମାଜର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇ ପୁନର୍ବାର କେନ୍ଦ୍ର ସଭାପତି ଭାବେ ରଙ୍କନିଧି ସାହୁ, ଉପସଭାପତି ତ୍ରିଲୋଚନ ସାହୁ, ସମ୍ପାଦକ ପୁରୁଷୋତ୍ତମ ସାହୁ, କୋଷାଧ୍ୟକ୍ଷ ପାଣୁ ଚରଣ ସାହୁ, ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ସାହୁ, ମନୋନୀତ ହୋଇଥିଲେ। ଚୟନ କର୍ତ୍ତା ମୁଖ୍ୟ ଭାବେ ବେଲଗୁଣ୍ଠାର ମନୋନୀତ ସଭ୍ୟ ଚନ୍ଦନ କୁମାର ସାହୁ ଯୋଗ ଦେଇଥିଲେ।

Leave A Reply

Your email address will not be published.