ବାସୁଦେବପୁର : ଆଜି ତୃତୀୟ ରଜ, ସବୁଠି ଜମୁଛି ରଜ ଆସର ।ଓଡିଶା ର ସଂସୃତି ପରମ୍ପରା ର ପର୍ବ ହେଉଛି ରଜ ଉତ୍ସବ । ଓଡିଆ ସଂସ୍କୃତି କୁ ମନେପକାଇବା ପାଇଁ ବାସୁଦେବପୁର ବାଲିମେଦ ପଡିଆ ଠାରେ ସମାଜ ସେବୀ ମନୋଜ ନାୟକ ଙ୍କ ପକ୍ଷରୁ ପ୍ରଥମ ରଜ ମହୋତ୍ସବ ର ବ୍ୟାପକ ଆୟୋଜନ କାରାଯାଇଛି ! ରଜ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଯଥା ମୁରୁଜ ଶଂଖ ନାଦ ଆଦି ଆୟୋଜନ କରାଯାଇଛି । ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ଅତିଥି ଭାବେ ସରପଂଚ ମାର୍କଣ୍ଡ ତରାଇ, ଗୋବିନ୍ଦ ମଲିକ, ଅରୁଣ କୁମାର ମହାନ୍ତି, ସମାଜ ସେବୀ ଗିରିଜା ଶଙ୍କର ନାୟକ, ଯଦୁମଣି ପାଣିଗ୍ରାହୀ, କୈଳାଶ ନାଥ, ଶିକ୍ଷାବିତ୍ ନରେନ୍ଦ୍ର ଦାସ, ଦୀପକ ମହାନ୍ତି, ରାଜୀବ ନାୟକ ପ୍ରମୁଖ ଉପସ୍ଥିତ ରହି ଥିଲେ। ସୁଶାନ୍ତ କୁମାର ଦାସ ଙ୍କ ସଂଯୋଜନା ରେ ସଭା କାର୍ଯ୍ୟ ପରିଚାଳନା ହୋଇ ଥିଲା।ପ୍ରତିଯୋଗିତା ରେ ପ୍ରଥମ ହେଇ ଥିବା ମହିଳା ମାନଙ୍କୁ ପୁରସ୍କୁତ କରାଯିବା ସହିତ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷା ରେ A1 ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତି ବର୍ଷ ଏହିଭଳି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ମନୋଜ କୁମାର ନାୟକ। ଏହି କାର୍ଯ୍ୟ କ୍ରମ ରେ ମନୋଜ ସେବା ସଂସ୍ଥା ର ସଦସ୍ୟ ବିପିନ୍ ମିଶ୍ର, ଦୀପକ ଆର୍ୟ୍ଯ, ସଚିନ ଆର୍ଯ୍ୟ, ରାଜେନ୍ଦ୍ର ବିଶ୍ଵାଳ, ପ୍ରଦୀପ ବଳ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ। ବିଭିନ୍ନ ପଞ୍ଚାୟତ ର , ଶିକ୍ଷାବିତ୍, କଳାକାର ଓ ଜନ ସାଧାରଣ ଯୋଗ ଦେଇ ଥିଲେ ଏହି ମହୋତ୍ସବ ରେ।
Sign in
Sign in
Recover your password.
A password will be e-mailed to you.