ଅସ୍ତରଙ୍ଗ; ରାଜ୍ୟ ସରକାର ରାଜ୍ୟର ଶାସନ ଭାର ନେବାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଗାଁ ଗାଁ ରେ ଗଡିଛି ବିକାଶ ବାହାନା ରଥ, ଏହି ରଥରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ତାଙ୍କର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ରେ ହୋଇ ଥିବା ବିଭିର୍ଣ୍ଣ ବିକାଶର ଚିତ୍ର ଏଲସିଡି ମାଧ୍ୟମରେ ପ୍ରଚାର କରା ଯାଇ ଅଛି l ତା ମଧ୍ୟରୁ ଜାତୀୟ ଶିକ୍ଷା ନୀତି 2020 କାର୍ଯ୍ୟକାରୀ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ନିପୁଣ ଓଡିଶା କାର୍ଯ୍ୟକ୍ରମ ରେ ମୌଳିକ ସାକ୍ଷରତା ଓ ଦକ୍ଷତା କୁ ଗୁରୁତ୍ୱ, 45 000ର ରୁ ଅଧିକ ପାକ ପ୍ରାଥମିକ ଶ୍ରେଣୀ ଶିଶୁ ଵାଟିକା କାର୍ଯ୍ୟକ୍ରମ ଆଦି ରହିଅଛି l ଏହି ଉପଲକ୍ଷେ ସୋମବାର ଦିନ ଅସ୍ତରଙ୍ଗ ବ୍ଲକ ର ଛୁରିଆନା ଗ୍ରାମ ପଞ୍ଚଯାତ କାର୍ଯ୍ୟାଳୟ ଠାରେ ଏକ ଉତ୍ସବ ଆୟୋଜନ କରା ଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ଆଶା, ଅଙ୍ଗନ ୱାଡି କର୍ମୀ, ପଞ୍ଚଯାତ ପ୍ରତିନିଧି, ମହିଳା ଦଳ ଆଦି ଯୋଗ ଦାନ କରି ବିକାଶ ବାହାନ ରଥ ପଞ୍ଚଯାତ ଅଫିସ ରେ ପହଂଚିଵା ପରେ ସ୍ୱାଗତ କରି ଥିଲେ l ତାପରେ ଅସ୍ତରଙ୍ଗ ବ୍ଲକ ବିଡ଼ିଓ ସସ୍ମିତା ବେହେରା, ଏମ ପି, ପ୍ରତିନିଧି ଦିବାକର ଛାଟୋଇ, ସରପଞ୍ଚ ଖିରୋଦ କାଣ୍ଡି, ବ୍ଲକ ପଞ୍ଚାୟତ ସାମ୍ପ୍ରସରଣ ଆଧିକାରୀ ସତ୍ୟ ସ୍ୱରୂପ ବିଶ୍ୱାଳ, ପଞ୍ଚଯାତ ନିର୍ବାହୀ ଅଧିକାରୀ ସ୍ପନ୍ଦନ ଶୀତ ପ୍ରଜ୍ଞା, ଏଡିଓ, ଆକାଶ କୁମାର ଦାଶ, ମହିଳା ଦଳର ବନଳତା ବାରିକ ପ୍ରମୁଖ ସରକାର ଙ୍କର ବିଭିର୍ଣ୍ଣ ଜନ ହିତ କର କାର୍ଯ୍ୟ କ୍ରମ ଉପରେ ଟିପଣି ଦେବା ପରେ, ତେର ଜଣଙ୍କୁ ରାଷନ କାର୍ଡ, ଦୁଇ ଜଣଙ୍କୁ ଭତ୍ତା, ପାଞ୍ଚ ଜଣଙ୍କୁ ଜବ କାର୍ଡ, ଓ ପାଞ୍ଚ ଜଣଙ୍କୁ ଆୟୁସ୍ମାନ କାର୍ଡ ବଣ୍ଠନ ସହ ବନ ବିଭାଗ ତରଫରୁ ଚାରା ବଣ୍ଠନ କରା ଯାଇ ଥିଲା l ତା ପରେ ବିକାଶ ବାହାନ ରଥ ବ୍ଲକ ଅଞ୍ଚଳ ର ବିଭିର୍ଣ୍ଣ ଗ୍ରାମ ପଞ୍ଚଯାତ ପରିକ୍ରମା ଅଭିମୁଖେ ଯାତ୍ରା କରିଥିଲା l
Sign in
Sign in
Recover your password.
A password will be e-mailed to you.