ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗୋବରା ପଞ୍ଚାୟତର ସରପଞ୍ଚ ସୁପ୍ରଭା ନାୟକଙ୍କ ସ୍ୱାମୀ ତଥା ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠର ପ୍ରଧାନଶିକ୍ଷକ ଏବଂ ଅଞ୍ଚଳର ଜଣାଶୁଣା କଳାକାର, ଗୋପାଳ କୃଷ୍ଣ ନାୟକଙ୍କ ଦ୍ୱାଦଶାହ ତିଥି ଅବସରରେ ଗୋବରା ଠାରେ ଗୋପାଳ ସ୍ମୃତି କମିଟି ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୩୫ ୟୁନିଟ ରକ୍ତ ସଂଗ୍ରହ କରଯାଇଥିବା ବେଳେ ୧୭ ଜଣ ନୁତନ ରକ୍ତଦାତା ପ୍ରଥମ କରି ରକ୍ତଦାନ କରିଛନ୍ତି ।ଆଜି ସକାଳ ୯.୩୦ ମି ସମୟରେ ଗୋବରା ସ୍ଥିତ ଆଳିଆ ସମାଜ କୋଠ ଘର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ସମୟରେ ବହୁ ଅତିଥି ଆସି ରକ୍ତଦାତାଙ୍କୁ ଉତ୍ସlହିତ କରିଥିଲେ l ପୁର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ,ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ,ରାଷ୍ଟ୍ରୀୟ କିଷାନ୍ ମହାସଂଘ ସଭାପତି ସଚିନ୍ ମହାପାତ୍ର,ବଡବୋରସିଂ ସରପଞ୍ଚ ଏସ୍.ରାମେଶ୍ୱର ପାତ୍ର, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ବ୍ଳକ୍ ବିପିସି ଦେବାଶିଷ ସାହୁ,ଗୋବରା ପୁର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ପ୍ରହଲ୍ଲାଦ ଲେଙ୍କା, ଜୟରାମ ନାୟକ ଓ ସିମାଞ୍ଚଳ ବିଷୋୟୀ, ବେଲଗୁଣ୍ଠା ଏନ୍.ଏ.ସି ଏକ ନମ୍ବର ୱାର୍ଡ଼ କାଉନସିଲର ଏସ୍.ଭାସ୍କର ପାତ୍ର,ଗୋବରା ସମିତି ସଭ୍ୟ ବିଭୂପାଦ ଜେନା,ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତି ସୁନ୍ଦର ସିଅ,ଜୟ ଜଗନ୍ନାଥ କୋଚିଂ ସେଣ୍ଟର ଅଧ୍ୟକ୍ଷ ପ୍ରଦୀପ କୁମାର ସ୍ୱାଇଁ, ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସେବାସମବାୟ ସମିତି ସଭାପତି ରଙ୍କନିଧି ସ୍ୱାଇଁ,ଯୁବ ସ୍ୱେଚ୍ଛାସେବୀ ସରୋଜ ସ୍ୱାଇଁ, ପଞ୍ଚାନନ ନାୟକ, ଗଣମାଧ୍ୟମ ପ୍ରତିନିଧି ପଞ୍ଚାନନ ସାହୁ, କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ସୁରେଶ ଲେଙ୍କା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଆଜିର ଏହି ଶିବିରରେ ଦୁଇ ଜଣ ନିଜ ଜନ୍ମ ଦିନ ଅବସରରେ ରକ୍ତ ଦାନ କରିଥିବା ବେଳେ ୧୭ ଜଣ ନୂତନ ଭାବେ ରକ୍ତ ଦାନ କରି ଗର୍ବିତ ମନେ କରିଥିଲେ । ଏଥିରେ ଦୁଇଭାଇ ସତ୍ୟନାରାୟଣ ପଟନାୟକ ଓ ଜଗନ୍ନାଥ ପଟନାୟକ ସେହିପରି ଗୋବରା ନୁଆଁ ସାହିର ଦୁଇଭାଇ ରୁଦ୍ରମଣୀ ପାତ୍ର ଓ ବ୍ରହ୍ମlଣ୍ଡ ପାତ୍ର, ନିଜ ଜନ୍ମଦିନରେ ବେଲଗୁଣ୍ଠା ଏକ ନମ୍ବର ୱାର୍ଡ କାଉଁସିଲର ଏସ ଭାସ୍କର ପାତ୍ର ନିଜର 35 ତମ ଜନ୍ମ ଦିନ ରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଥିବା ବେଳେ ବାସୁଦେବ ପୁରର ଯୁବ ଶ୍ୱେର୍ଚ୍ଚାସେବି ବାବୁନି ଶତପଥୀ ନିଜର 48 ତମ ଜନ୍ମଦିନ ରେ ରକ୍ତଦାନ କରି ଜନ୍ମଦିନ ପାଳନ କରିଛନ୍ତି । ଏଥିରେ ଭଞ୍ଜନଗର ବ୍ଳଡ୍ ବ୍ୟାଙ୍କର ଲକ୍ଷ୍ମୀ ନୃସିଂହ ମାଝୀ, ସନ୍ତୋଷ ନାୟକ, ଅନୀଲ ମହାର,ସୀମାଞ୍ଚଳ ସେଠୀ ଓ ବିପିନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଆଜି ସମସ୍ତ କାର୍ଯ୍ୟକ୍ରମକୁ ଗୋବରା ସମିତି ସଭ୍ୟ ବିଭୂପାଦ ଜେନା, ଗୋପାଳକୃଷ୍ଣ ସ୍ମୁତି କମିଟି ତରଫରୁ ପ୍ରଦୀପ କୁମାର ସ୍ୱାଇଁ, ସ୍ବସ୍ତି ସୁନ୍ଦର ସିଅ ଓ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.