ଭାରତୀୟ ମଜଦୁର ସଂଘ ପୁରୀ ପକ୍ଷରୁ ରଜଉତ୍ସବ ପାଳିତ

0 2

ପୁରୀ, ୧୪/୬- ଭାରତୀୟ ମଜଦୁର ସଂଘ,ପୁରୀ ଜିଲ୍ଲା ଶାଖା ପକ୍ଷରୁ ‘ରଜ ଉତ୍ସବ-୨୦୨୫’ ବଡ଼ଦାଣ୍ଡ ଟାଉନ ଥାନା ନିକଟବର୍ତ୍ତୀ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଦୋଳି ଖେଳ ସହିତ ଅନୁଷ୍ଠାନ ର ମହିଳା ମାନଙ୍କୁ ନେଇ ମ୍ୟୁଜିକ୍ ଚେୟାର ଓ ରୁମାଲ୍ ଚୋରି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସଂଘର ପୁରୀ ଜିଲ୍ଲା ସଭାପତି ରାଜକୁମାର ମିଶ୍ର ଏବଂ ସମ୍ପାଦକ ବିଶ୍ୱନାରାୟଣ ଦାଶ ଏଥିରେ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଉତ୍ସବରେ ସ୍ନେହ ,ଶ୍ରଦ୍ଧା ଓ ଏକତାର ବାତାବରଣ ଦେଖିବାକୁ ମିଳିଥିଲା । ଅନେକ ପ୍ରକାରର ପିଠା, ମିଠା, ରଜପାନ ଖାଇ ଭଉଣୀ ମାନେ ଆନନ୍ଦ ଉତ୍ସାହର ସହିତ ରଜ ଉତ୍ସବ ପାଳନ କରିଥିଲେ । କାର୍ଯ୍ୟକ୍ରମରେ ସରସ୍ଵତୀ ଜେନା, ଜୟନ୍ତୀ ପ୍ରଧାନ, ରୀତା ମାଝୀ, ରଞ୍ଜିତା ଦାଶ, ସରିତା ପଣ୍ଡା, ମଧୁଲିତା ପରିଡ଼ା, ବିଜୟଲକ୍ଷ୍ମୀ ମିଶ୍ର, ମାନସୀ ସାହୁ, ଜୟଶ୍ରୀ ଦୋରା, ନିର୍ଝରିଣୀ ମିଶ୍ର, ନିହାରିକା ନନ୍ଦ, ନିବେଦିତା ଦାଶ, ସୁପ୍ରିୟା ତ୍ରିପାଠୀ, ସୁମିତା ମିଶ୍ର, ଯୋଗେନ୍ଦ୍ର ପାତ୍ର, ପ୍ରିୟବ୍ରତ ଜେନା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହା ସହ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.