ବେଆଇନ ମାଙ୍କଡ଼ା ବୋଝେଇ ମିନି ଟ୍ରକ ଜବତ ଜଣେ ଗିରଫ

0 2

ଓଡ଼ଗାଁ,୧୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସ୍ କୋମଣ୍ଡ ଅଞ୍ଚଳରୁ ଏକ ବେଆଇନ ମାଙ୍କଡ଼ା ବୋଝେଇ ମିନି ଟ୍ରକ ଜବତ କରିବା ସହିତ ଚାଳକକୁ ଗିରଫ କରିଛନ୍ତି। ଗିରଫ ଜଣକ ରୋହିବାଙ୍କର ରବୀନ୍ଦ୍ର ସେଠୀ। ଓଡ଼ଗାଁ ପୋଲିସ ଶନିବାର ପାଟ୍ରୋଲିଙ୍ଗ କରୁଥିବା ବେଳେ ଓଡି ୨୫ଡି ୬୪୬୩ ନମ୍ବର ବିଶିଷ୍ଟ ମନି ଟ୍ରକରେ ବେଆଇନ ମାଙ୍କଡ଼ା ପଥର ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ।ଏବଂ ଉକ୍ତ ଟ୍ରଷ୍ଟକୁ ଅଟକାଇ ଓଡ଼ଗାଁ ଥାନାକୁ ଆଣିଥିଲେ।୧୭୪/୨୫ରେ ମାମଲା ରୁଜୁ କରି ଟ୍ରକ ସହିତ ମାଙ୍କଡ଼ା ପଥର ଜବତ କରି ଚାଳକକୁ ଗିରଫ କରିଥିଲେ।

Leave A Reply

Your email address will not be published.