ନବରଙ୍ଗପୁର ତା ୧୪.୬.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଭିଜନ ୨୦୩୬ ଓ ୨୦୪୭ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ର ଲକ୍ଷ୍ୟ ନେଇ ଏଭଳି କର୍ମଶାଳା ସମସ୍ତ ଜିଲ୍ଲାରେ ହେଉଛି।ପ୍ରଥମେ ସି ଡି ଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ସଭା ପରିଚାଳନା କରିଥିଲେ।ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ନବରଙ୍ଗପୁର ଜିଲ୍ଲାର ବୁଦ୍ଧିଜୀବୀ ମାନେ ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜସ୍ବ ମତ ପ୍ରକାଶ କରିଥିଲେ ।୧୯୬୬ ପରେ ଜିଲ୍ଲା ର ଅନେକ ତଥ୍ୟ, ବିଶିଷ୍ଟ ଖେଳାଳି ସାହିତ୍ୟିକ,କଳାକାର ଙ୍କ ଜୀବନୀ ସମ୍ପର୍କରେ ଗେଜେଟିୟର ପ୍ରକାଶ ପାଇନାହିଁ । ନବରଙ୍ଗପୁର ଜିଲ୍ଲାରୁ ଅନେକ ବୁଦ୍ଧିଜୀବୀ ବିଭିନ୍ନ ଗବେଷଣା କରିଛନ୍ତି । ତାହା ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ସେହିଭଳି ଶହୀଦ ମାନଙ୍କ ଗାଁରେ ପ୍ରତିମୂର୍ତ୍ତି ସ୍ଥାପନ କଲେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ହେବ । ସେହିଭଳି ନବରଙ୍ଗପୁର ଜିଲ୍ଲା ଏକ କୃଷି ଭିତ୍ତିକ ଜିଲ୍ଲା। ଏଠାରେ କୃଷି ବିଶ୍ଵ ବିଦ୍ୟାଳୟ, ପଲିଟେକନିକ୍ କଲେଜକୁ ଇଞ୍ଜିନିୟରିଂ କଲେଜ କରିବା , ମେଡିକାଲ କଲେଜ, ବି ଇ ଡି ମହାବିଦ୍ୟାଳୟ,କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ସ୍ଥାପନ ଉପରେ ମତ ଦେଇଥିଲେ। ମୃତ୍ତିକା ସଂରକ୍ଷଣ, ନଦୀକୂଳିଆ ଅଞ୍ଚଳରେ ବୃକ୍ଷ ରୋପଣ, କ୍ରୀଡାର ଭିତ୍ତି ଭୂମି ସହିତ ପ୍ରାଥମିକ ବିଦ୍ୟାଳୟରୁ କ୍ରୀଡା ପ୍ରଶିକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା । ଜଳ ସ୍ତର କମୁଛି ଏନେଇ ପୂର୍ବାନୁମାନ କରି ଜଳସ୍ତର ବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ କରିବା ।ଜିଲ୍ଲାରେ ମକା ଓ ଧାନ ଫସଲ ରେ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ମୃତ୍ତିକା ପରିବେଶ ନଷ୍ଟ ହେବା ଯୋଗୁଁ ଜୈବିକ ସାର ପଦ୍ଧତିକୁ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ କହିଥିଲେ। ସେହିଭଳି ନବରଙ୍ଗପୁର ଜିଲ୍ଲାରେ ଇକୋ ପର୍ଯ୍ୟଟନର ବିକାଶ, ମାଛଚାଷ, ପ୍ରାକୃତିକ ଓ କୃତ୍ରିମ ବନ୍ୟା ନିୟନ୍ତ୍ରଣ ସହିତ ନଦୀ ପଠା ରେ କୂଅ ମାଧ୍ୟମରେ ଉଠା ଜଳ ସେଚନ କରାଯିବା ସହିତ କୃଷି ଭିତ୍ତିକ ଶିଳ୍ପ ଓ ବ୍ୟବସାୟୀ ମାନଙ୍କୁ ଋଣ ବ୍ୟବସ୍ଥା ସରଳି କରଣ କରାଯିବା,ଜିଲ୍ଲା ପାଠାଗାର ସ୍ଥାପନ, ଦକ୍ଷତା ବିକାଶ,ଦାଦନ ଶ୍ରମିକ ରୋକାଯିବା, ଶୀତଳ ଭଣ୍ଡାର ସ୍ଥାପନ ଭଳି ଅନେକ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମସ୍ତଙ୍କ ସହଭାଗିତାରେ ବିକାଶ ହେବ । ଏହା ଜନସାଧାରଣଙ୍କ ସରକାର ବୋଲି କହିଥିଲେ। ମନ୍ତ୍ରୀ ଜେନା ସମସ୍ତଙ୍କ ମତାମତର ଉତ୍ତର ରଖିବା ସହିତ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଅର୍ଥ ସରକାର ବହନ କରିବେ। ଜିଲ୍ଲାରେ ବିକାଶ ପାଇଁଭିତ୍ତିଭୂମି ରହିଛି ।ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ । ସରକାର ବିକାଶ ହିଁ ଚାହୁଁଛନ୍ତି । ଯେଉଁ ମାନେ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ସବୁ ସୁବିଧା ଯୋଗାଇ ଦେବାକୁ ସରକାର ରହିଛନ୍ତି। ପ୍ରତ୍ୟେକ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ। ସବସିଡି ବ୍ୟବସ୍ଥା ମଧ୍ୟ ରହିଛି । ଜୈବିକ ସାର ର ବ୍ୟବହାର ଉପରେ ନିଜେ ନିଜେ ଉଦ୍ୟମ କରିବା ଆରମ୍ଭ କରି ଅନ୍ୟ ପାଇଁ ଉଦାହରଣ ରଖିବା ଆବଶ୍ୟକ ରହିଛି। ଏଠାରେ ଦିଆଯାଇଥିବା ପ୍ରସ୍ତାବ ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ଏହାକୁ ନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ ବୋଲି କହିଥିଲେ। ଏମ୍ ପି ବଳଭଦ୍ର ମାଝୀ କହିଥିଲେ ଭଦ୍ରାଚାଲମ ଠାରୁ ମାଲକାନଗିରି ନବରଙ୍ଗପୁର ଦେଇ ଜୁନାଗଡ ପର୍ଯ୍ୟନ୍ତ ୪୬୦ କିମି ରେଳପଥ ହେବ। ନବରଙ୍ଗପୁରରେ ଇ – ଲାଇବ୍ରେରୀ ପାଇଁ ୩ କୋଟି ଟଙ୍କାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ୟାପକ ଜଳସେଚନ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ସମସ୍ତେ ଘରେ ପୂର୍ବ ଭଳି ଗାଈ ପାଳନ କରିବାକୁ ଓ ଜୈବିକ ଚାଷ ରେ ଫସଲ ଉତ୍ପାଦନ ପାଇଁ ପରାମର୍ଶ ଦେଇଥିଲେ । ଝରିଗାଁ ବିଧାୟକ ନର୍ସିଂ ଭତରା, ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାଶ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ,ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନ୍, ସି ଡି ଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର ୱାନ,ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ସମେତ ବୁଦ୍ଧିଜୀବୀ ବିଜୟ ମିଶ୍ର, ପ୍ରଦିପ ମିଶ୍ର, ସିରା ଉଜ୍ଦିନ ମହମ୍ମଦ, ବିଜୟ ଚୌଧୁରୀ, ଶ୍ରୀକାନ୍ତ ପଣ୍ଡା, ଅନନ୍ତ ପଣ୍ଡା,ରାକେଶ ଗୁପ୍ତା,ସଦାଶିବ ପ୍ରହରାଜ,ନାରାୟଣ ପାତ୍ର, ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର,ବିଭୁ ପ୍ରସାଦ ପଣ୍ଡା, ଚନ୍ଦନା ମଲ୍ଲିକ,ଜିଲ୍ଲା ବିଭିନ୍ନ ପ୍ରାନ୍ତ ରୁ ତଥା ଉମରକୋଟ ର କ୍ରୀଡାବିତ,ବୁଦ୍ଧିଜୀବୀ,ଅନୁଷ୍ଠାନ କର୍ମ କର୍ତ୍ତା ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.