ବିଶ୍ୱ ବରିଷ୍ଠ ନାଗରିକ ନିର୍ଯ୍ୟାତନା ବିରୋଧ ସଚେତନତା ଦିବସ ଉପଲକ୍ଷେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଡି ଆର୍ ଡି ଏ କନଫରେନ୍ସ ହଲ୍ ଠାରେ ବିଶ୍ୱ ବରିଷ୍ଠ ନାଗରିକ ନିର୍ଯ୍ୟାତନା ବିରୋଧ ସଚେତନତା ଦିବସ ଉପଲକ୍ଷେ , ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ , ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ସେ ବରିଷ୍ଟ ନାଗରିକଙ୍କ ସୁରକ୍ଷା , ଅଧିକାର ଓ ସେମାନଙ୍କ ପାଇଁ କାର୍ଯ୍ୟରତ ବିଭିନ୍ନ କାନୁନ ବିଷୟରେ ସ୍ପଷ୍ଟ ଭାବେ ଉପସ୍ଥିତ ଲୋକଙ୍କୁ ଜାଣିଥିଲେ। ଏହି ଅବସରରେ ବୃଦ୍ଧ ଲୋକଙ୍କୁ ପେନସନ୍ ମଧ୍ୟ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ , ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ , ସି ଡି ଏମ୍ ଓ ଙ୍କ ପ୍ରତିନିଧି ଡ଼. ଭୂୟାଁ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଶ୍ରୀ ସନ୍ତୋଷ କୁମାର ନାୟକ , ପାରଳାଖେମୁଣ୍ଡି ବାର୍ ଅସୋସିଏସନ୍ ଉପସଭାପତି ଆର. ବାବୁ ରାଓ ଉପସ୍ଥିତ ଥିଲେ ଓ ସମ୍ପୃକ୍ତ ବିଷୟରେ ଅବଗତ କରିଥିଲେ।
ତଦୁପରି, ଏହି କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ଭାବେ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଯେଉଁଠାରେ ଅନେକ ବରିଷ୍ଟ ନାଗରିକ ନିଶୁଳ୍କ ଭାବରେ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ଲାଭ କରିଥିଲେ।