ବାତ୍ୟା ଆଶ୍ରୟସ୍ଥଳୀ ମରାମତିକୁ ନେଇ ଗୋଷ୍ଠୀ ସଂଘର୍ଷ: ୮ ଆହତ , ଜଣେ ଗୁରୁତର

0 2

ଅସ୍ତରଙ୍ଗ,୧୪।୬():ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅସନ ଗ୍ରାମରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳୀର ମରାମତି ଓ ରଙ୍ଗ ମାରିବାକୁ ନେଇ ଶନିବାର ପୂର୍ବାହ୍ନରେ ଦୁଇ ଗୋଷ୍ଠୀ ମଧ୍ଯରେ ଗୋଷ୍ଠି ସଂଘର୍ଷ ହୋଇଛି।ଏଥିରେ ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏ ସଂପର୍କରେ ଆସନ ଗ୍ରାମର ଦେବକୀ ମଲ୍ଲିକଙ୍କ ପକ୍ଷରୁ ଥାନାରେ ୧୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ହୋଇଛି।ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ଏବଂ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆର ସିଂ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି। ସୂଚନା ଅନୁଯାୟୀ, ବ୍ଲକ ଆପତକାଳୀନ ବିପର୍ଯ୍ୟୟ ପାଣ୍ଠିରୁ ୬ଲକ୍ଷ ଟଙ୍କା ବ୍ୟୟ ବରାଦରେ ଅସନ ବାତ୍ୟା ଆଶ୍ରୟସ୍ଥଳକୁ ମରାମତି ଓ ରଙ୍ଗ କରିବା ପାଇଁ ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସମ୍ପୃକ୍ତ ଆଳସାହି ଗ୍ରାମପଞ୍ଚାୟତ ବିଜେଡ଼ି ସମର୍ଥିତ ସରପଞ୍ଚ ସେଠାରେ ଥିବା ୱାର୍ଡ ସଭ୍ୟମାନଙ୍କୁ ଦାୟିତ୍ଵ ଦେଇଥିଲେ। ଗତ ତିନି ଦିନ ଧରି ୱାର୍ଡସଭ୍ୟାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ବାତ୍ୟା ଆଶ୍ରୟସ୍ଥଳୀକୁ ରଙ୍ଗ ମାରୁଥିବା ସମୟରେ ବିଜେପି ସମର୍ଥିତ ପଡୋଶୀ ପାଟସୁନ୍ଦରପୁର ଗ୍ରାମ ଓ ଆସନ ଗ୍ରାମର ଅନ୍ୟ ଏକ ମିଳିତ ଗୋଷ୍ଠୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଭିନ୍ନ ମାରଣାସ୍ତ୍ର ଧରି ରଙ୍ଗ କାମ କରୁଥିବା ଲୋକମାନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଅଚାନକ ମାରଣାତ୍ମକ ଆକ୍ରମଣ କରିଥିବା ଆହତ ହୋଇ ଚିକିତ୍ସିତ ଥିବା ଲୋକମାନେ କହିଛନ୍ତି।ଏହି ଆକ୍ରମଣରେ ୮ ଜଣ ଆହତ ହୋଇ ଅସ୍ତରଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି।ଗ୍ରାମରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏ ସଂପର୍କରେ ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀ ବଳିଆର ସିଂ କୁହନ୍ତି, ପରିସ୍ଥିତି ଉପରେ ପୁଲିସ ନଜର ରଖିବା ସହ ହୋଇଥିବା ଗୋଟିଏ ଲିଖିତ ଅଭିଯୋଗ ଉପରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.