ଜଗତସିଂହପୁର,ତା-୧୩.୦୬.୨୦୨୫/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ଥରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଜଗତସିଂହପୁର ନିମାଇଁ ଭବନ ପରିସରରେ ଅନୁଷ୍ଟିତ ହୋଇଯାଇଅଛି । ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ର ସହଭାଗିତାରେ ଆୟୋଜିତ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ ଏବଂ ରବି ନାରାୟଣ ଜେଠୀ, ମୁଖ୍ୟ ବିକାଶ ଅଧିକାରୀ-ତଥା -କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜଗତସିଂହପୁର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଷ୍ଣୁପ୍ରିୟ ସେଠୀ, ଜିଲ୍ଲା ସମାଜ ମଙ୍ଗଳ କାରୀ ଅଧିକାରୀ ସ୍ଵାଗତ ଭାଷଣ ପରିବେଷଣ କରିଥିଲେ ଏବଂ ଅନ୍ୟ ମାନକଂ ମଧ୍ୟରେ ସମସ୍ତ ବ୍ଲକ ରୁ ଆସିଥିବା ବିପିସି, ମିଶନ ଶକ୍ତି, ବିପିଏମ, ଓଡ଼ିଶା ଜୀବିକା ମିଶନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଶ୍ରୀମତୀ ମୋନାଲିସା ଭଞ୍ଜ ମଞ୍ଚ ପରିଚାଳନା କରିଥିଲେ । ଅନୁରୋଧ କ୍ରମେ ପାରାଦୀପ ରେ ସ୍ଥିତ ଏମପୋରୀୟମ ହୋଟେଲ ର ମୁଖ୍ୟ ରୋଷେୟା ଶ୍ରୀ ରଞ୍ଜିତ ମଲ୍ଲିକ ସୋୟଂ ସହାୟିକା ଗୋଷ୍ଠୀ ମାନକଂ ଖାଦ୍ୟର ସ୍ଵାଦ ପରଖିବା ନିମନ୍ତେ ଜିଲ୍ଲା କମିଟି ର ବିଚାରକ ଭାବେ ଯୋଗଦାନ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ ବ୍ଲକ ରୁ ଆସିଥିବା ସମୁଦାୟ ୮ ଟି ସୋୟଂ ସହାୟିକା ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ ଏବଂ ସୋୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ବିଭିନ୍ନ ପ୍ରକାର ସୁସ୍ଵାଦ ଖାଦ୍ୟ ତିଆରି କରି ଅତିଥି ଏବଂ ବିଚାରକ ମାନକୁଂ ଅକୃଷ୍ଠ କରିଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରଘୁନାଥପୁର ବ୍ଲକ ର ଗୋପୀନାଥ ସୋୟଂ ସହାୟିକା ଗୋଷ୍ଠୀଙ୍କୁ ୧୦ ହଜାର ଟଙ୍କା ସହ ପ୍ରଶଂସା ପତ୍ର, ଦିତୀୟ ସ୍ଥାନ ଅଧିକାର କରିଥିବା ନ।ଉଗାଁ ବ୍ଲକ ର ତାରାବତୀ ଗୋଷ୍ଠୀକୁ ୮ ହଜାର ଟଙ୍କା ସହ ପ୍ରଶଂସା ପତ୍ର ଏବଂ ତୃତୀଯ ସ୍ଥାନ ଅଧିକାର କରିଥିବା ଏରସମା ବ୍ଲକ ର ମା ବୃନ୍ଦାବତୀ ଗୋଷ୍ଠୀକୁ ୬ ହଜାର ଟଙ୍କା ସହ ପ୍ରଶଂସା ପତ୍ରପ୍ରଦାନ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ଗୋପୀନାଥ ସୋୟଂ ସହାୟିକା ଗୋଷ୍ଠୀକୁ ରାଜ୍ୟ ସ୍ଥରୀୟ କାର୍ଯକ୍ରମକୁ ଚୟନ କରାଯାଇଅଛି । ଏହି ପ୍ରତିଯୋଗିତାର ଏକ ବିଶେଶ୍ଵତ ଦେଖିବାକୁ ମିଳିଥିଲା ଯେ ଓଡ଼ିଶାର ପାରମ୍ପରିକ ଓ ଅନନ୍ୟ ଖାଦ୍ୟ ଯଥା କାଦମ୍ବ ମଣ୍ଡା, କାନିକା ଟଙ୍କ ତୋରାଣି, ମଞ୍ଜ।ରାଇ ଏବଂ ପଲକ ମଟନ ପରିବେଷଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post