ଜଗତସିଂହପୁର,ତା-୧୩.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି।ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ଆଜି ରାଜ୍ୟ ସହ ଜିଲ୍ଲା ର ବିକାଶ ଘଟିଛି ବୋଲି କହିଥିଲେ। ସବକା ସାଥ ସବକା ବିକାଶ ନ୍ୟାୟରେ ୨୦୩୬ ସୁଦ୍ଧା ରାଜ୍ୟ ର ଅର୍ଥନୀତି କୁ ୫୦୦ ବିଲିଅନ ଡଲାର ରେ ପହଞ୍ଚାଇ ବିକାଶ ର ବେଗକୁ ତ୍ବରାନ୍ବିତ କରିବା ପାଇଁ ସେ ଆଶା ପୋଷଣ କରିଥିଲେ। ତୃଣମୂଳ ସ୍ତରରୁ ବିକାଶ ହେଲେ ଯାଇ ସାମଗ୍ରିକ ବିକାଶ ସମ୍ଭବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ ବିକାଶ ର ମୂଳଦୁଆ ଗ୍ରାମୀଣ କ୍ଷେତ୍ର ରୁ ହୋଇଥାଏ ବୋଲି ମନ୍ତବ୍ୟ ରଖିଥିଲେ। ଗ୍ରାମ ରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା ଆଦିର ଉନ୍ନତି ହେଲେ ଜିଲ୍ଲା ର ଉନ୍ନତି ସମ୍ଭବ ବୋଲି କହିଥିଲେ।ସଭାରେ ଉପସ୍ଥିତ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଜିଲ୍ଲା ର ଯୁବ ଶକ୍ତି ର ବିକାଶ ହେଲେ ଜିଲ୍ଲା ର ଉନ୍ନତି ସମ୍ଭବ ବୋଲି କହିଥିଲ। ଉପଯୁକ୍ତ ଶିକ୍ଷା, ଦକ୍ଷତା ବିକାଶ ସେଣ୍ଟର୍ ମିଳିଲେ ଜିଲ୍ଲା ର ଯୁବକ ମାନେ କୁଶଳୀ ହୋଇପାରିବେ l ଇନ୍ଟିଗ୍ରେଟେଡ ସଭାରେ ଯୋଗ ଦେଇ ମାନ୍ୟବର ବିଧାୟକ ବାଲିକୁଦା ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା ଜିଲ୍ଲା ରେ କୃଷି, ଶିଳ୍ପ, ମତ୍ସ୍ୟ ଆଦି କ୍ଷେତ୍ର ରେ ଥିବା ସମ୍ଭାବ୍ୟ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ। ମାନ୍ୟବର ବିଧାୟକ ତିର୍ତ୍ତୋଲ ଡ଼ଃ ରମାକାନ୍ତ ଭୋଇ ଜିଲ୍ଲା ର ବିକାଶ ଗ୍ରାମ ର ବିକାଶ ରେ ରହିଛି ବୋଲି କହିଥିଲେ।ଜଗତସିଂହପୁର ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ଶିକ୍ଷା ସହ କର୍ମ ସଂସ୍ଥାନ ଯୋଗାଇ ଦିଆଯାଇ ପାରିଲେ ଜିଲ୍ଲା ର ଉନ୍ନତି ସମ୍ଭବ ବୋଲି ସେ କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ପାରାଦ୍ଵୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ ମଧ୍ୟ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ତଥା ବିକଶିତ ଗ୍ରାମ ର ଭାଗିଦାରୀ ବିଷୟ ରେ ମତ ପ୍ରକାଶ କରିଥିଲେ। ମଞ୍ଚ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଉପସ୍ଥିତ ରହିଥିଲେ। ପରେ ପରେ ଅର୍ଥନୀତିଜ୍ଞ ମାନଙ୍କ ଦ୍ୱାରା ସତତ ବିକାଶ ଓ ଓଡ଼ିଶା ର ଭବିଷ୍ୟତ ବିଷୟ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶେଷ ରେ ଡି ଡି ପ୍ଲାନିଂ ସବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.