ଶିଶୁଶ୍ରମ ନିଷେଧ ଦିବସ ପାଳିତ

0 1

ଓଡ଼ଗାଁ,୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଓଡ଼ଗାଁ ଅଦାଲତ ପରିସରେ ତାଲୁକ୍ ପ୍ରାଧିକରଣ ସଚିବ ତଥା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସଙ୍ଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟାଶ୍ରୀ ମହାପାତ୍ର, ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବି ପୂର୍ଣ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ବଟ କୃଷ୍ଣ ମିଶ୍ର, ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର, ଯଜ୍ଞ ନାରାୟଣ ପାତ୍ରଙ୍କ ସହିତ ଅନ୍ୟ ଓକିଲ ମାନଙ୍କ ସହ ସ୍ଥାନୀୟ ମହିଳା ଓ ପୁରୁଷ ଶ୍ରମିକ ମାନେ ଯୋଗ ଦେଇଥିଲେ। ଅତିଥି ମାନେ ଶିଶୁଶ୍ରମ ନିଷେଧ ଦିବସର ଉଦ୍ଦେଶ୍ୟ ଓ ଆଇନ ଗତ ଦିଗ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ତlଲୁକ୍ ଆଇନ ସେବା ପ୍ରାଧିକରଣ ସଂଯୋଜିକା ଶ୍ରଦ୍ଧାଞ୍ଜଳି ରଥ ସଂଯୋଜନା କରିଥିଲେ ।

Leave A Reply

Your email address will not be published.