ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ରେ ଆଜି ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ହୋଇଛି। ରାଜ୍ୟରେ ମୋହନ ମାଝୀ ଙ୍କ ବିଜେପି ସରକାର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରଙ୍କ ବିଭିନ୍ନ ବିଭାଗ ଜନ ହିତକର ଯୋଜନା ର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଓ ସଚେତନ ପାଇଁ ଏହି ବିକାଶ ବାହାନ ଯାତ୍ରା ରଥ ବ୍ଲକ ର ୧୨ ଗୋଟି ଗ୍ରାମ ପଞ୍ଚାୟତ କୁ ୨୧ ତାରିଖ ପର୍ଯ୍ୟନ୍ତ ବୁଲିବ। ଯୋଗ୍ୟ ହିତାଧିକାରୀଂକୁ ବିଭିନ୍ନ ଯୋଜନାରେ ସାମିଲ କରିବା ସହ ସେବା ଓ ବିକାଶ ର ବାର୍ତ୍ତା ନେଇ ସଚେତନ କରିବା ଏହି ଜୟଯାତ୍ରା ରଥ ର ମୂଳ ଲକ୍ଷ୍ୟ ରହିବ। ଆଜି ଡ଼ାବୁଗାଁ ବ୍ଲକ ର ଡ଼ାବୁଗାଁ ଓ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ଦୁଇଟି ସ୍ଥାନରେ ବିକାଶ ବାହାନ ଯାତ୍ରା ଶୁଭାରମ୍ଭ ହୋଇଥିଲା। ଏଥିରେ ବିଡିଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଡ଼ାବୁଗାଁ ସରପଞ୍ଚ ବିନୋଦ ସୌରା,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ,ବିଜେପି ଡ଼ାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ମନୋରମା ନାୟକ,ଜେ ରାଜ ଶେଖର ରାଓ,ଗୋବିନ୍ଦ ଗୋପାଳ ଅଗ୍ରୱାଲ,ଜି ସତ୍ୟା ରାଓ, ଜି କିରଣ କୁମାର,ଭୀମସେନ ଜେନା, ନରୁ ସିଂ, ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । ଏଥିରେ ସ୍ବାସ୍ଥ୍ୟ ,ଜଙ୍ଗଲ,ରାଜସ୍ବ,ବ୍ୟାଙ୍କ୍ ସହ ଜନସେବା କେନ୍ଦ୍ର ଓପରେଟର ଉପସ୍ଥିତ ରହି ସରକାରଙ୍କ ବିକାଶ ଧାରାରେ ଯୋଡ଼ି ବାକୁ ସଚେତନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post