ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୯.୯.୨୦୨୬: ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଯୌତୁକ ନିଷେଧ ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥିତ ଷ୍ଟାଟିଷ୍ଟିକାଲ୍ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ ନିହା ରେନ୍ଦ୍ର ପଣ୍ଡା,ଉପନିର୍ଦ୍ଦେଶକ, ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୂଜ୍ଜିବିନ ନିଶା, ସମାଜ କଲ୍ୟାଣ ଅଧିକାରୀ ନିୟତି ବାଳା ସୋରେନ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ,ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀମତୀ ସ୍ୱର୍ଣ୍ଣଲତା ମହାନ୍ତି ଓ ସଦସ୍ୟ ବିଶ୍ୱନାଥ ଦାଶ ଉପସ୍ଥିତ ଥିଲେl ଏହି ଅବସରରେ ତାଲିମଦାତା ଲକ୍ଷ୍ମୀପ୍ରିୟା ସାହୁ ଯୌତୁକ ନିଷେଧ ଆଇନର ବିଭିନ୍ନ ଦିଗ, ଯୌତୁକ ଦାବି ଓ ଗ୍ରହଣର ଆଇନଗତ ପରିଣାମ, ମହିଳାଙ୍କ ଆଇନଗତ ଅଧିକାର ଏବଂ ଯୌତୁକ ପ୍ରଥା ବିରୋଧରେ ସମାଜର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସିଡ଼ିପିଓ , ୱାନ ଷ୍ଟପ ସେଣ୍ଟର ଓ ଶକ୍ତି ସଦନ କର୍ମଚାରୀ, ଏନ୍ ଜି ଓ ପ୍ରତିନିଧି, ଏସ ଏଚ ଜି ସଦସ୍ୟ, କାର୍ଯ୍ୟାଳୟ କର୍ମଚାରୀ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ। ଯୌତୁକ ପ୍ରଥାକୁ ରୋକିବା ସହିତ ମହିଳାଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ପ୍ରଦାନ ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।