ସ୍ଵଦେଶୀ ଉଦ୍ୟୋଗ ମେଳା ତରଫରୁ ଅନୁଷ୍ଠିତ ସାହିତ୍ୟ ସନ୍ଧ୍ୟା ଅବସରରେ “ଶ୍ବେତପଦ୍ମା ସାହିତ୍ୟ ସଂସଦ” ତରଫରୁ କବିତା ପାଠୋତ୍ସବ

13

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୟୁ.ସି.ପି ଇଂଜିନିୟରିଂ ସ୍କୁଲ ଖେଳ ପଡ଼ିଆ ଠାରେ ବ୍ରହ୍ମପୁର ସ୍ଵଦେଶୀ ଉଦ୍ୟୋଗ ମେଳା ତରଫରୁ ଅନୁଷ୍ଠିତ ସାହିତ୍ୟ ସନ୍ଧ୍ୟା ଅବସରରେ “ଶ୍ବେତପଦ୍ମା ସାହିତ୍ୟ ସଂସଦ” ତରଫରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅନେକ କବି ଓ କବୟିତ୍ରୀ ସ୍ବରଚିତ ମନଛୁଁଆ କବିତା ପାଠ କରିଥିଲେ। ଶ୍ବେତପଦ୍ମା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ବିଜୟ ମିଶ୍ର ସାହିତ୍ୟ ଆସରର ସଭାପତିତ୍ବ କରିଥିଲେ ।
କାର୍ଯକାରୀ ସମ୍ପାଦିକା ଶ୍ରୀମତୀ ସସ୍ମିତା ମିଶ୍ର ଆସରର ପରିଚାଳନା କରିଥିଲେ। କବୟିତ୍ରୀ ସୁଶ୍ରୀ ସୁଚେତା ପାଣିଗ୍ରାହୀ କବିତା ଗୁଡିକର ସଂଯୋଜନା କରିଥିଲେ । ସାଧାରଣ ସମ୍ପାଦିକା ଶ୍ରୀମତୀ ମଧୁଛନ୍ଦା ମିଶ୍ର ଓ ଉପ-ସଭାପତି ଶ୍ରୀମତୀ ସୌଦାମିନୀ ମିଶ୍ର ଏହି ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ନୀଳକଣ୍ଠ ସାହୁ , ଭିକାରୀ ଚରଣ ମହାପାତ୍ର , ସବିତା ସାହୁ , ମିହିର କୁମାର ରଥଶର୍ମା , ମନମୋହନ ମହାପାତ୍ର , ହରପ୍ରିୟା ସାହୁ , ପୂର୍ଣ୍ଣମ ଦାସ , ଅଶୋକ ମହାନ୍ତି , ଡ. ଲକ୍ଷ୍ମୀନାରାୟଣ ଦାଶ , ଆଡଭୋକେଟ ମନୋଜ କୁମାର ପାଣିଗ୍ରାହୀ , ଜ୍ୟୋସ୍ନା ରାଣୀ ଦେବୀ , କୁସୁମ ପଣ୍ଡା , ବି. ସତ୍ୟମ ଆଚାରୀ , ସୁଶ୍ରୀ ସୁଚେତା ପାଣିଗ୍ରାହୀ , ସସ୍ମିତା ମିଶ୍ର , ସୌଦାମିନୀ ମିଶ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ ।
ପ୍ରତିଷ୍ଠାତା ସଭାପତି ଇଂ. ବିଜୟ ମିଶ୍ର ସ୍ବରଚିତ କବିତା ପାଠ କରିବା ସହ ହିନ୍ଦୀ ଭଜନ ତଥା ରୋମାଣ୍ଟିକ ହିନ୍ଦୀ ଗୀତ ସଂଗୀତ ପରିବେଷଣ କରିଥିଲେ। ପରିଶେଷରେ ଉପ-ସଭାପତି ଶ୍ରୀମତୀ ସୌଦାମିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବିତା ପାଠୋତ୍ସବ ସଫଳ ଓ ଅତ୍ୟନ୍ତ ଆନନ୍ଦଦାୟକ ହୋଇଥିଲା।

Leave A Reply

Your email address will not be published.