ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୯.୯.୨୦୨୬: ଆଜି ସ୍ଥାନୀୟ ପରିସଂଖ୍ୟାନ ସଭାଗୃହ, ଭବାନୀପାଟଣା ଠାରେ ବାଳିକାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହିତ ବାଳ୍ୟ ବିବାହ ନିରୋଧ ଏବଂ ବାଳିକାଙ୍କ ପ୍ରତିଥିବା ସାମାଜିକ ଭେଦଭାବ ଦୂର କରିବା ଉଦ୍ଦେଶ୍ୟରେ “ବେଟି ବଚାଓ, ବେଟି ପଢ଼ାଓ” ଅଭିଯାନର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଅଭିଭାବକ ମାନଙ୍କୁ ନିଜର କନ୍ୟାସନ୍ତାନଙ୍କୁ ସୁରକ୍ଷିତ ରଖିବା ଏବଂ କୌଣସି ଭେଦ ଭାବ ନ ରଖି ସ୍ୱାବଲମ୍ବୀ କରିବାକୁ ଆହ୍ୱାନ କରିଥିଲେ ।ଏହି ଅବସରରେ ଉପନିର୍ଦ୍ଦେଶକ, ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍ ଶ୍ରୀକାନ୍ତ ଦଳେଇ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ ନିହାରେନ୍ଦ୍ର ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଲେନ୍ଦୁ ଶେଖର ମହାପାତ୍ର , ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି , ଶିଶୁ ମଙ୍ଗଳ କମିଟି ସଦସ୍ୟ ବିଶ୍ୱନାଥ ଦାସ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୂଜ୍ଜିବୁନ ନିଶା, ନିୟତି ବାଳା ସୋରେନ ପ୍ରମୁଖ ଉପସ୍ଥିତ ରହି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ବେଟି ବଚାଓ ବେଟି ପଢ଼ାଓ ର ଜିଲା ସ୍ତରୀୟ ଯୋଜନା ପ୍ରସ୍ତୁତି ଏବଂ ବିଭିନ ସରକାରୀ ବିଭାଗ ର ସମନ୍ୱୟ ରେ କାର୍ଯ୍ୟକାରିତା ଉପରେ ଶ୍ରୀଯୁକ୍ତ ଯୋଗେଶ୍ୱର ବୁଦ୍ଧିଆ ,ଜିଲ୍ଲା ସଂଯୋଜକ ଜିଲ୍ଲା ମହିଳା ହବ (ppt)ମାଧ୍ୟମ ରେ ପ୍ରଦର୍ଶନ କରିଥିଲେ ।ଏହି ଅବସର ରେ କଳାହାଣ୍ଡି ଜିଲ୍ଲା ର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ,ୱାନଷ୍ଟପ ସେଣ୍ଟର ର କର୍ମଚାରୀ ଓ ଶକ୍ତି ସଦନ ର କର୍ମଚାରୀ, ବେସରକାରୀ ଅନୁଷ୍ଠାନ ର ପ୍ରତିନିଧି, ସ୍ୱୟଂ ସହାୟିକା ଗୋଷ୍ଟି ର ସଦସ୍ୟା ,ବିଭିନ୍ନ ପଂଚାୟତର ଜନ ପ୍ରତିନିଧି , ବିଭିନ୍ନ ଧାର୍ମିକ ପ୍ରତିନିଧି ସଦସ୍ୟ, ଜେଣ୍ଡର ସି ଆର ପି ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ରେ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ, ବାଳ୍ୟ ବିବାହ ନିରୋଧ, ସୁରକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଏବଂ ସରକାରୀ ଯୋଜନାର ସୁଫଳ ବାଳିକାମାନଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀଯୁକ୍ତ ଯୋଗେଶ୍ୱର ବୁଦ୍ଧିଆ ,ଜିଲ୍ଲା ସଂଯୋଜକ ଜିଲ୍ଲା ମହିଳା ହବ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ , ଶେଷରେ କାର୍ଯ୍ୟକ୍ରମ ଅଧିକାରିଣୀ ତଥା ସୁରକ୍ଷା ଅଧିକାରିଣୀ ସନ୍ଧ୍ୟାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଜିଲ୍ଲା ମହିଳା ହବ ର ସମସ୍ତ କର୍ମଚାରୀ ଓ ଜିଲ୍ଲା ପ୍ରକଳ୍ପ ସହଯୋଗୀ ଆଭା ପ୍ରମୁଖ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.