ପୁରୀ ବ୍ଯୁରୋ (ଅନିମେଶ ପଟ୍ଟନାୟକ : ୧୬୨ ବର୍ଷ ତଳର ପୁରୀ ଅଦାଲତ । ପୁରୀ ସହରର ଏକ ପ୍ରମୁଖ ସ୍ଥଳରେ ଥାଇ ଗୋଟିଏ ସ୍ଥାନରେ କଚେରି ଓ ଅଦାଲତର କାର୍ଯ୍ଯ ଲୋକେ ସହଜରେ ପାଉଛନ୍ତି । କଲେକ୍ଟର ଅଫିସ ଠାରୁ ଅଦାଲତକୁ ଅଲଗା କରିବା ଓ କୋର୍ଟକୁ ଅନ୍ୟ ଯାଗାକୁ ନେବା ପାଇଁ ପ୍ରସ୍ତାବକୁ ସରକାର ଆଇନ ବିଭାଗକୁ ବାଲୁ ଖଣ୍ଡ ଅଭୟାରଣ୍ୟର ମଧୁର ଜଳ ଅଞ୍ଚଳ ଓ ସିଆରଜେଡ ଅଞ୍ଚଳରେ ଜମି ଦେଲେ ଯାହାକି ସମସ୍ତ କଟକଣା ଅଛି । ସାଧାରଣ ଲୋକଙ୍କ ପାଇଁ ପ୍ଲାନ୍ ମିଳୁନି ପିକେଡିଏ ମଧ୍ଯ ପ୍ଲାନ୍ ଦେଉନି । ସେଠାରେ ହଜାର ହଜାର ଗଛ ଅଛି । ପୁରୀର ସ୍ଥାନୀୟ ଅଧିବାସୀ, ପର୍ଯ୍ୟଟକ, ଯାତ୍ରୀ ମାନଙ୍କ ପାଇଁଏକ ମାତ୍ର ଜଳଉତ୍ସ୍ । ତାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ସେଥିପାଇଁ ସୁପ୍ରିମ କୋର୍ଟ, ଉଚ୍ଚ ନ୍ୟାୟାଳୟ ଙ୍କ ଭିନ୍ନ ଭିନ୍ନ ନଜିର ରହିଛି। ଦେଶ ରେ ଦୁଇ ପ୍ରକାର ଆଇନି ଚାଲିବ କି। ଏହା ମଧୁର ଜଳ ଅଞ୍ଚଳକୁ ଶେଷ କରିବା ପାଇଁ ଚକ୍ରାନ୍ତ ନୁହେଁ ତ?ସରକାର୍ କିଭଳି କୋର୍ଟ କମ୍ପ୍ଲେକ୍ସ ପାଇଁ ସେଇ ଜମୀ ଟେକି ଦେଲେ ଆଇନି ବିଭାଗକୁ। ଆଇନି ବିଭାଗ କିପରି ସେଠାରେ କୋର୍ଟ କମ୍ପ୍ଲେକ୍ସ କରିବ ସେଇ ପ୍ରଶ୍ନ ନେଇ ଓକିଲ ସଂଘ ଆଜକୁ ୧୦୦ଦିନ ଧରି ସତ୍ୟା ଗ୍ରହ ଚଳାଇରଖିଛି । ଆଜି ଶହ ଶହ ଓକିଲ ସତ୍ୟା ଗ୍ରହ ସ୍ଥଳ ରୁ ମୋଟର ସାଇକେଲ ରାଲୀ କରି ବଡ଼ଦାଣ୍ଡ ଦେଇ ବାଲୁଖଣ୍ଡ ଅଭୟାରଣ୍ୟ ସ୍ଥଳ ରେ ଯେଉଁଠି କଟକଣା ଥିବା ଜମି କୋର୍ଟ ପାଇଁ ନେଇଛନ୍ତି ସେ ଜାଗା ରେ ସମବେତ ହୋଇ ବିରୋଧ ପ୍ରଦର୍ଶନ ସହ ନାପସନ୍ଦ କରି ଜମି ହସ୍ତାନ୍ତର କୁ ବାତିଲ କରିବା ପାଇଁ ଦାବୀ କରିଛନ୍ତି। ପୂର୍ବରୁ ଓକିଲ ସଂଘ ଉଚ୍ଚ ନ୍ୟାୟାଳୟ, ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ, ସାଂସଦ, ବିଧାୟକ ମାନଙ୍କୁ କଟକଣା ଥିବା ଜମୀ ରେ କୋର୍ଟ କମ୍ପ୍ଲେକ୍ସ ନକରି ବର୍ତମାନ ସ୍ଥାନରେ ଥିବା କୋର୍ଟ ସହ ତହସିଲ, ଡିଆରଡିଏ, ଉପଯିଲ୍ଲାପାଳ ଅଫିସ ଜମିକୁ ମିଶାଇ କୋର୍ଟ କମ୍ପ୍ଲେକ୍ସ କରିବାକୁ ଅନୁରୋଧ କରାଯାଇଛି । ଯେପରି ଭୁବନେଶ୍ୱର ଓ ଗଞ୍ଜାମରେ ହୋଇଛି । ପୁରୀରେ କାହିଁକି ନ ହେବ। ବର୍ତ୍ତମାନ କୋର୍ଟ ଚାଲିଥିବା କୋଠା କେଉଁ କାମରେ ଲାଗିବ ତାହା ସ୍ପଷ୍ଟ ହେବା ଦରକାର। ଯଦିଓ ଆଇନି ଅଛି ଏହି ସ୍ଥାନ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ହୋଇ ପାରିବ ନାହିଁ । କିନ୍ତୁ ମାସ ମାସ ବିତିଗଲେ ମଧ୍ଯ କୌଣସି ସୁଫଳ ମିଳିଲାନି। ସେ ଅଂଚଳ କଟକଣା ଥିବାରୁ ଓ ବର୍ତ୍ତମାନ କୋର୍ଟ ପ୍ରମୂଖ ସ୍ଥାନରେ ଥିବାରୁ ଲୋକଙ୍କ ହିତ ଦୃଷ୍ଟି ରୁ ବର୍ତ୍ତମାନ ସ୍ଥାନରେ କୋର୍ଟ କମ୍ପ୍ଲେକ୍ସ ତିଆରି କରାଯାଉ ବୋଲି ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁ ସରକାର୍ ଓ ବିଚାର ବିଭାଗକୁ ନିବେଦନ କରିଛନ୍ତି। ଏହି ପଟୁଆର ରେ ସୋମନାଥ ଦାସ, ସାରଦା ସାମଲ, ବିଭୁଡ଼ାତ୍ତ ପଟ୍ଟନାୟକ, ସମିର ଘୋଷ,କର୍ଣ୍ଣ ବୀର ମହାପାତ୍ର, ଅନିଲ ସାହୁ,ଭାଗବତ ପଟନାୟକ, ଜୟନ୍ତ ମହାପାତ୍ର,ତାପସ ବଳିୟାର ସିଂହ, ଜ୍ୟୋତି ପ୍ରକାଶ ପାଇକରାୟ ,ଶୁଭେନ୍ଦୁ ଦାଶ, ବିମଳେନ୍ଦୁ ଦାସ, ବିଜୟ ମିଶ୍ର , ବିଶ୍ୱଜିତ୍ ପ୍ରଧାନ, ଜୟନ୍ତ ମହାପାତ୍ର, ବିଶ୍ଵ କେଶନ ହରିଚନ୍ଦନ ମହାପାତ୍ର, ନେତୃତ୍ୱ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.