ପୁରୀ (ଅନିମେଶ ପଟ୍ଟନାୟକ): ସଂସଦରେ ରାହୁଲ ଗାନ୍ଧୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ଯ ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ପ୍ରଦର୍ଶନ କରାଯାଇଛି । ଶୁକ୍ରବାର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାଂସଦ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା କରାଯାଇଛି । ଏହାସହ କୁଶପୁତ୍ତଳିକାରେ ଚାବୁକ ମାଡ କରାଯାଇଛି । ପାତ୍ରଙ୍କ ବିରୋଧରେ କର୍ମୀ ମାନେ ବିଭିନ୍ନ କଟୁ ମନ୍ତବ୍ଯ ସହ ନାରାବାଜି ଦେଇଥିଲେ । ପୁରୀ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ବରିଷ୍ଠ କଂଗ୍ରେସ ନେତା ବିନାୟକ ଦାସମହାପାତ୍ର, ନିରଞ୍ଜନ ରଥ, ସତ୍ୟବାଦୀ କଂଗ୍ରେସ ନେତା ମନୋଜ କୁମାର ରଥ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ବିଦ୍ଯୁତଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, କାଳୀପ୍ରସାଦ ନାୟକ, ଆର୍ତ୍ତତ୍ରାଣ ସାହୁ, ନଗର କଂଗ୍ରେସ ‘କ’ ସଭାପତି ଛବିନ୍ଦ୍ର ପଢିଆରୀ, ନଗର କଂଗ୍ରେସ ‘ଖ’ ସଭାପତି ଅମରେନ୍ଦ୍ର ପାଇକରାୟ , ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ବ୍ରହ୍ମଗିରି ବ୍ଲକ ସଭାପତି ନିରଂଜନ ମିଶ୍ର, ଜିବେଶଚନ୍ଦ୍ର ରଥ, ଡ଼ଃ ନିରଞ୍ଜନ ବିଶ୍ବାଳ, ବିଭୁପ୍ରସାଦ ମିଶ୍ର, ସିତାକାନ୍ତ ମହାନ୍ତି, ସୁକାନ୍ତ କୁମାର ପ୍ରଧାନ, ନିମାପଡ଼ା ବ୍ଲକ ସଭାପତି କାଳନ୍ଦୀ ବାରିକ, ଆଦର୍ଶ ମିଶ୍ର, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, ବିଶ୍ବରଂଜନ ମହାପାତ୍ର, ସୈମ୍ୟକାନ୍ତ ପ୍ରଧାନ ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post