ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୬/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ସଦର ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ଆଜି ସ୍ଥାନ ଚିହ୍ନଟ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବର୍ଷି ନାୟକ ଆଜି ଡ଼ାବୁଗାଁ ଏକ୍ସ ବୋର୍ଡ ବିଦ୍ୟାଳୟ ପରିଦର୍ଶନ ଆସି ସ୍ଥାନ ତଦାରଖ କରିଥିଲେ। ରାଜ୍ୟ ବିଜେପି ସରକାର ଆଗାମୀ ୧୨ ତାରିଖରେ ଏକ ବର୍ଷ ଶାସନ କାଳ ପୂର୍ତ୍ତି ଅବସରରେ ରାଜ୍ୟ ର ୫୦୦ ପ୍ରାଥମିକ ବିଦ୍ୟାଳୟ କୁ ଆଦର୍ଶ ବିଦ୍ୟାଳୟ ପରିଣତ କରିବେ।ମୋହନ ମାଝୀ ସରକାର ୧୨ ତାରିଖରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଥିବା ବେଳେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେଲେ ଗୁଣାତ୍ମକ ଶିକ୍ଷା ସହ ପିଲା ମାନଙ୍କ ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ବୃଦ୍ଧି ଲକ୍ଷ୍ୟ ରଖା ଯାଇଛି। ସେହିପରି ଏହି ଆଦର୍ଶ ବିଦ୍ୟାଳୟ ରେ ଉନ୍ନତ ଭିତ୍ତିଭୂମି ର ବିକାଶ ସହ ସ୍କୁଲ ର ସାମଗ୍ରିକ ବିକାଶ ସରକାର ଲକ୍ଷ୍ୟ ରଖିଛନ୍ତି। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଥିପୂର୍ବରୁ ରାଜ୍ୟରେ ୫୦୦ ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ସୂଚନା ଦେଇ ସାରିଛନ୍ତି।ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ ଏହି ପରିଦର୍ଶନ ସମୟରେ କନିଷ୍ଠ ଯନ୍ତ୍ରୀ ସଲିଲ ଗୁରିଆ,କାଳୁ ଚରଣ ମୁନି, ସିମାଞ୍ଚଳ ଦାଶ,ସଞ୍ଜୟ ପାଢ଼ୀ,ରାଜେନ୍ଦ୍ର ମିଶ୍ର,ପ୍ରଭାତ ବିଶୋଇ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post