ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି । ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛି ଓଡ଼ିଶା ମେଡିକାଲ ସେବା ସଙ୍ଘ। ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ମେଡିକାଲ ସେବା ସଙ୍ଘ ନୟାଗଡ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଭାପତି ଡ଼ଃ କିଶୋର ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଜ୍ୟ ଉପସଭାପତି ଡ଼ଃ ଆଶିଷ ଦିକ୍ଷୀତଙ୍କ ସହ ନୟାଗଡ ଜିଲ୍ଲାର ବହୁ ଡାକ୍ତର ଉପସ୍ଥିତ ଥିଲେ। ସମସ୍ତେ ନିକଟରେ ହୋଇଥିବା ମାତୃ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଡ୍ୟୁଟି ସମୟରେ ଜଣେ ଡାକ୍ତରଙ୍କୁ ଆକ୍ରମଣକୁ ସମସ୍ତେ ନିନ୍ଦା କରିଥଲେ। ଘଟଣାର ସମ୍ପୁର୍ଣ୍ଣ ତଦନ୍ତ ସରି ନଥିଲେ ବି ଜଣେ ବରିଷ୍ଠ ଓ ଅଭିଜ୍ଞ ଡାକ୍ତରଙ୍କୁ ସରକାରଙ୍କ ଅଚାନକ ନିଲମ୍ବନ ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ମତ ପ୍ରକାଶ ପାଇଥିଲା । ବର୍ତ୍ତମାନ ପଯ୍ୟନ୍ତ ଡାକ୍ତରଙ୍କ ଏତଲାକୁ ଭିତ୍ତି କରି ପୁଲିସ କାହାରିକୁ ଗିରଫ କରି ନାହିଁ ବୋଲି ସଙ୍ଘ ଅସନ୍ତୋଷ ପ୍ରକାଶ କରିଛି। ଶୁକ୍ରବାରଠାରୁ ସାରା ନୟାଗଡ଼ ଜିଲ୍ଲାର ଡାକ୍ତରମାନେ କଳା ବ୍ୟାଜ୍ ପିନ୍ଧି ଡିୟୁଟିରେ ପ୍ରତିବାଦ କରିଛନ୍ତି। ଯଦି ୩-୪ ଦିନ ଭିତରେ ଆକ୍ରମଣ କାରୀମାନେ ଗିରଫ ନହୁଅନ୍ତି ସାରା ଜିଲ୍ଲାର ଡାକ୍ତରମାନେ ରୋଗୀ ସେବା ଜାରି କରିବା ସହ ଏକ ନୀରବ ପ୍ରତିବାଦ ଆରମ୍ଭ କରିବେ । ଏହା ସାରା ରାଜ୍ୟକୁ ଵ୍ୟାପିବ ବୋଲି ରାଜ୍ୟ ସଭାପତିଙ୍କ ପକ୍ଷରୁ ଜିଲ୍ଲା ଶାଖା ସଭାପତି ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.