ବେଲଗୁଣ୍ଠା-:9/9/2026-:(ଶିବରାମ ଚୌଧୁରୀ )-ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ତରଫରୁ ନିବା ଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟାନ୍ୟ ମଞ୍ଚାସୀନ ଅତିଥିଭାବେ ଅଧ୍ୟାପକ ତଥା ଅଧ୍ଯାପିକମଣ୍ଡଳୀ ସର୍ବ ସନ୍ତୋଷ କୁମାର ପ୍ରାଣିଗ୍ରାହୀ, ଅଶୋକ କୁମାର ସ୍ଵାଇଁ,ଡ଼. ପ୍ରଫୁଲକୁମାର ଜେନା, ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ଵାଳ, ପିଙ୍କି ପାତ୍ର, ଲକ୍ଷ୍ମୀ ଗୌଡ଼, ବିଶ୍ଵରଂଜନ ସ୍ଵାଇଁ, ଯୋଗଦେଇ ନିଜର ସୁଚିନ୍ତିତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭାଗୀୟ ମୁଖ୍ୟ ସପନ କୁମାର ପ୍ରଧାନ। ଛାତ୍ରୀ ଦପ୍ତୀମୟୀ ବିଷୋୟୀ ସ୍ଵାଗତସଂଗୀତ ଗାନ କରିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ସୁନ୍ଦରମତବ୍ୟକ୍ତ କରିଥିଲେ । ଶେଷରେ ଅଧ୍ୟାପିକା ଲକ୍ଷ୍ମୀ ଗୌଡ଼ ଧନ୍ୟ ବାଦ ଅର୍ପଣ କରିଥିଲେ ।