ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

0

ରାୟଗଡ଼: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସ୍ଥାନୀୟ ସାଇପ୍ରିୟା ନଗରରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ସାଇପ୍ରିୟା ୱେଲଫର ଟ୍ରଷ୍ଟର କାର୍ଯ୍ୟାଳୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ “ବୃକ୍ଷ ଲଗାଅ ସୁସ୍ଥ ଜୀବନ ବଢାଅ” ବିଷୟ ବସ୍ତୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ସହ ଏହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ , ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶର ସୁରକ୍ଷା, ମାନବ ସମାଜରେ ବୃକ୍ଷର କିଭଳି ଆବଶ୍ୟକତା ରହିଛି ଏବଂ ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଦିଗରେ ନାଗରିକଙ୍କ କଣସବୁ ଭୂମିକା ରହିଛି ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ବୃକ୍ଷ ଲଗାଅ ସୁସ୍ଥ ଜୀବନ ବଢାଅ” ବିଷୟ ବସ୍ତୁ ନେ଼ଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ଛାତ୍ରୀ ଗାୟତ୍ରୀ କୁମାରୀ କୁମ୍ଭାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ବବଲୀ ବିଶ୍ୱକର୍ମା ଦୂତୀୟ ଓ ଛାତ୍ରୀ ଉପାସନା ଦେ ତୃତୀୟ ସ୍ଥାନ ଅଧିକାର ହାସଲ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଦ୍ୱାରା ପୁରସ୍କାର ବିତରଣ କରାଯିବା ସହ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵନ୍ତନା ମୂଳକ ପୁରସ୍କାର ଭାବେ ମାନପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ ଯାଇଥିଲା । ଏହି ଅବସରରେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭ୍ୟା ଶ୍ରୀମତୀ ଗୀତାରାଣୀ ମିଶ୍ର, ସଭ୍ୟ ଶ୍ରୀ ଟି. ଏନ. ରାଓ, ଜି. ବ୍ରହ୍ମାଜି, ଲକ୍ଷ୍ମୀ ନାରାୟଣ ପାଢ଼ୀ, ସୁନ୍ଦନ ଜେନା, ଓ ଅଶୋକ ପଣ୍ଡୁ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଥିଲେ l

Leave A Reply

Your email address will not be published.