ଜେ କେ କାଗଜ କଳ ପରିସରରେ ରେ ବିଶ୍ଵ ପରିବେଶ ଦିବସ ପାଳନ

0

ରାୟଗଡ: ଆଜି ଜେ କେ କାଗଜ କଳ ପରିସରରେ ରେ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ)ଯୋଗ ଦେଇଥିଲେ ଓ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ଥିଲେ। ପରେ କାଗଜ କଳ ର କର୍ମଚାରୀ ମାନେ 1000 ପାଖପାଖି ବୃକ୍ଷ ଲଗାଇ ଥିଲେ।
ଏହି ଅବସରରେ ରେ ତାଙ୍କ ବକ୍ତବ୍ୟ ରେ କର୍ମଚାରୀ ଙ୍କୁ ଆଗ୍ରହ କରି ଥିଲେ ଯେ , ନିଜର ଦୈନନ୍ଦିନ କାର୍ଯ୍ୟ ରେ ପ୍ଲାଷ୍ଟିକ ର ଉପଯୋଗ କୁ କମ୍ ରୁ ଅତି କମ୍ ବ୍ୟବହାର କରନ୍ତୁ ଯାହାକି ପରିବେଷ ପାଇଁ ଏକ ଭୟଙ୍କର ବିପତ୍ତି। ବର୍ତ୍ତମାନ ପ୍ଲାଷ୍ଟିକ ଆବର୍ଜନା ସମୁଦ୍ର ର ଗଭୀରତମ ପ୍ରଦେଶ ରୁ ଭୁପୃଷ୍ଠ ରେ ପ୍ରଦୂଷଣ କରୁଅଛି। ପ୍ଲାଷ୍ଟିକ କଣିକା ସବୁ ମଣିଷ ଓ ଜୀବ ଜନ୍ତୁ ଦେହରେ ମଧ୍ୟ ମିଳିଛି ତେଣୁ ଏହାର ବ୍ୟବହାର କୁ ରୋକିବା ଅନିବାର୍ଯ୍ୟ ହୋଇଯାଇଛି। ଆଗାମୀ ଦିନରେ ଏହା ଭୟଙ୍କର ବିପଦ ସୃଷ୍ଟି କରିବ। ବୋଲି ମତ ବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ ଶାଖା ର ଆଞ୍ଚଳିକ ଅଧିକାରୀ ଶ୍ରୀ ଅଶୋକ ଭୋଇ ଓ ରିପୂ ସାହୁ, ଡେପୁଟି ଇଞ୍ଜିନିୟର ,ବିଶ୍ଵଜିତ ଦ୍ଵିବେଦୀ, ଉପ ସଭାପତି ବାଣିଜ୍ଯ, ରାଘବେନ୍ଦ୍ର ହାର୍ବର, ଉପ ସଭାପତି, ଉତ୍ପାଦ ପ୍ରମୁଖ ଉପସ୍ଥିତ ଥିଲେ।
ସତ୍ୟଜିତ ମହାନ୍ତି, ମହା ପ୍ରବନ୍ଧକ, (ପରିବେଶ, ସୁରକ୍ଷା ଓ ସ୍ଵାସ୍ଥ୍ୟ ) ସ୍ଵାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave A Reply

Your email address will not be published.