ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ପକ୍ଷୀ ସୁରକ୍ଷା ନିମନ୍ତେ ଏକ ନୂତନ ପଦକ୍ଷେପ

0

ରାୟଗଡ: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ତରଫରୁ ପକ୍ଷୀ ସୁରକ୍ଷା ନିମନ୍ତେ ଏକ ନୂତନ ପଦକ୍ଷେପ l ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଅତିଥିଭାବେ ରାୟଗଡ ବନ ବିଭାଗର (ଏସିଏଫ) ଶ୍ରୀ ଅଶୋକ କୁମାର ପ୍ରଧାନ, ରାୟଗଡ ପୌର ପରିଷଦର ୧୬ନଂ ୱାର୍ଡର କାଉନସିଲର ଶ୍ରୀମତୀ ଶ୍ରମିତା ପାଢ଼ୀ, ଶ୍ରୀମତୀ ସସ୍ମିତା ପାଢ଼ୀ ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଥିବା ବୃକ୍ଷରେ ଚଢେଇ ବସା ବାନ୍ଧି ଥିଲେ l ଉପସ୍ଥିତ ସମସ୍ତ ଅତିଥି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଏହିଭଳି ନୂତନ ଚିନ୍ତାଧାରା ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ଆଗାମୀ ଦିନରେ ଏହିଭଳି ପଦକ୍ଷେପ ବହୁଳ ଭାବରେ କରିବା ନେଇ ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ପ୍ରକାଶ କାରିଥିଲେ l ଏହି ଅବସରରେ ସଙ୍ଘର ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ, ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀ କେ.କ୍ରିଷ୍ଣାମୂର୍ତ୍ତି ଓ ସର୍କିଟ ହାଉସର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.