କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଗଛରେ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁଇ ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସାତ ମାସ ତଳେ ଉଭୟେ ପ୍ରେମ ବିବାହ କରିଥିଲେ, ମୃତକ ହେଲେ ଅଭି ଝୋଡୀଆ ଓ ସ୍ତ୍ରୀ ଅମିତା ଝୋଡୀଆ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି। ଘଟଣାରୁ ପ୍ରକାଶ ଯେ ଗତ କିଛି ମାସ ତଳେ ଉକ୍ତ ଗ୍ରାମର କାମଦେବ ଝୋଡୀଆ ଙ୍କ ପୁଅ ଅଭି ଝୋଡୀଆ ଓ ଶୁଆଧର ଝୋଡୀଆ ଙ୍କ ଝିଅ ଅମୀତା ଝୋଡୀଆ ଉଭୟ ପ୍ରେମ ବିବିହ କରିଥିଲେ। ତେବେ କେଉଁ କାରଣ ଯୋଗୁଁ ଉଭୟଙ୍କୁ ଆଜି ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।ଅଣ୍ଡିରାକଞ୍ଚ ପୋଲିସ ଘଟଣାର ତଦନ୍ତ ଚଲାଇବା ସହ ଶବ ବ୍ୟବଛେଦପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତୀ।
Sign in
Sign in
Recover your password.
A password will be e-mailed to you.