ଓଡ଼ଗାଁ,୨୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ଅନେକ ସ୍ଥାନରେ ରହିଥିବା ମୁକୁଳା ଡ୍ରେନ ଦିନକୁ ଦିନ ପଶୁ ଓ ମଣିଷ ମାନଙ୍କ ନିମନ୍ତେ ବିପଦ ସାବ୍ୟସ୍ତ ହୋଇପଡିଛି । ଅନେକ ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏନେଇ ଆଖିଦୃଶିଆ ସମାଧାନ ଦେଖିବାକୁ ମିଳିନାହିଁ । ଓଡ଼ଗାଁ କଲେଜ ଠାରୁ ଫିଲ୍ମ ହଲ ଛକ ପର୍ଯ୍ୟନ୍ତ ହେଉ ଅଥବା ଏନ୍ଏସିର ପ୍ରତ୍ୟେକ ଓ୍ବାଡକୁ ଅନୁଧ୍ୟାନ କଲେ ସବୁଠାରେ ଏହି ମୁକୁଳା ଡ୍ରେନ ବିପଦ ସୃଷ୍ଟି ପାଇଁ ଯେପରି ଚାହିଁ ରହିଛି । ବିଶେଷ କରି ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ଛକ କ୍ଷେତ୍ର ଗୁଡ଼ିକରେ ଏଭଳି ଖୋଲା ଡ୍ରେନ ଅନେକ ମାତ୍ରାରେ ରହିଥିବା ବେଳେ ମୁଖ୍ୟ ରାସ୍ତା କଲେଜ ରୋଡରେ ବହୁ ମାତ୍ରାରେ ଏଭଳି ମୁକୁଳା ଡ୍ରେନ ସବୁ ରହିଛି । ଫଳରେ ଅନେକ ସମୟରେ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ ଅଥବା ବୃଦ୍ଧି ବ୍ୟକ୍ତି ଏହି ସ୍ଥାନ ମାନଙ୍କରେ ଦୁର୍ଘଟଣାର ଶୀକାର ହେଉଥିବା ବେଳେ ଡ୍ରେନକଡରେ ଥିବା ଘାସଚରୁ ଚରୁ ଗାଈଗୋରୁ ମାନେ ମଧ୍ୟ ଡ୍ରେନ ମଧ୍ୟରେ ଖସିପଡିଥାନ୍ତି । ଏଇଭଳି ପରିସ୍ଥିତିରେ ଶନିବାର କଲେଜ ରୋଡ଼ର ରାଧା ମାଧବ ମନ୍ଦିର ସାମ୍ନାରେ ଘାସଚରୁଥିବା ସମୟରେ ବହୁଦିନ ଧରି ତଳେ ଝୁଲିରହିଥିବା ଏକ ଟେବୁଲ ତାରରେ ଛନ୍ଦି ହୋଇ ମୁକୁଳା ଡ୍ରେନ ମଧ୍ୟକୁ ଓଲଟି ପଡିଯିବା ଫଳରେ ଅଣ ଓସାରିଆ ଡ୍ରେନ ମଧ୍ୟରେ ସିଧା ହୋଇ ନପାରି ମୃତବତ ପଡ଼ିରହିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଈଟିକୁ ଉଦ୍ଧାର କରିଥିଲେ ।
Sign in
Sign in
Recover your password.
A password will be e-mailed to you.