ଖବର ପ୍ରକାଶର ପ୍ରଭାବ,ଭୂତଳ ବିଦ୍ୟୁତ୍ କେବୁଲ୍ ଜଙ୍କସନରେ ସୃଷ୍ଟ ଗାଢ଼ ମରାମତ

0

ଓଡ଼ଗାଁ, ୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ଠାରୁ ମୁଖ୍ୟ ରାସ୍ତା ପାର୍ଶ୍ବରେ ଓଡ଼ଗାଁ ବିଦ୍ୟୁତ୍ ସବଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଭୂତଳ ବିଦ୍ୟୁତ୍ କେବୁଲ୍ ଜଙ୍କସନରେ ଏକାଧିକ ସ୍ଥାନରେ ଗଭିର ଗାଢ଼ ସୃଷ୍ଟି ହେଇଥିବା ନେଇ ଗତ ମେ ମାସ ୩୦ ତାରିଖରେ ଗାଢ଼ର ଫଟୋ ସହିତ ସହିତ ଖବର ପ୍ରକାଶ ପାଇଥିଲା । ଖବରଟି ବିଦ୍ୟୁତ୍ ବିଭାଗ ଠିକାଦାରଙ୍କ ନଜରକୁ ଆସିବା ପରେ ସାଙ୍ଗେ ସାଙ୍ଗେ ସୃଷ୍ଟି ହୋଇଥିବା ଗାଢ଼କୁ ସିମେଣ୍ଟ କକ୍ରିଂଟରେ ପୋତି ସମାନ କରାଯାଇଥିଲା । ସୂଚନା ଥାଉକି ଗାଢକୁ ଜାଣିବା ପାଇଁ କୈାଣସି ସାଙ୍କେତିକ ସଙ୍କେତ ନଥିବାରୁ ଅସାବଧାନତା କାରଣରୁ ପ୍ରତିଦିନ ଉକ୍ତ ସ୍ଥାନ ମାନଙ୍କରେ ଦୁର୍ଘଟଣା ଘଟୁଥିଲା । ଗ୍ରୀଷ୍ମ ଋତୁରେ ଉକ୍ତ ଭୂତଳ କେବୁଲ୍ ପଡ଼ିବା କାର୍ଯ୍ୟ ହୋଇଥିବା ବେଳେ କାଳବୈଶାଖୀ ବର୍ଷା ଜନିତ କାରଣରୁ ଜଙ୍କସନରେ ମାଟି ଦବି ଯାଇ ଏହି ଗାଢ଼ ସବୁ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.