ଓଡ଼ଗାଁ,୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ବାଣ୍ଠପୁର ଅଞ୍ଚଳରେ ୯ ଟିକିଆ ବଣୁଆ ହାତୀ ପଲ୍ଲଙ୍କ ଉପସ୍ଥିତି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ହାତୀ ଗାଁକୁ ପସି ଆସୁଥିବା ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡୁଛନ୍ତି । ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ହାତୀ ସ୍କ୍ବାର୍ଡ ବିଭିନ୍ନ ସ୍ଥାନରେ ଜଗି ରହି ହାତୀ ମାନଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି। ଅନ୍ୟପକ୍ଷରେ ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ନିର୍ଦ୍ଦେଶରେ ବନରଖି ସୈାମ୍ୟ ରଞ୍ଜନ ଦଳେଇ ସ୍କ୍ବାର୍ଡ ମାନଙ୍କୁ ସାଥିରେ ନେଇ ବିଭିନ୍ନ ଗାଁ ମାନଙ୍କୁ ଯାଇ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଙ୍ଗଲକୁ ନଯିବା ନେଇ ଗ୍ରାମବାସୀଙ୍କୁ ସତର୍କ କରୁଛନ୍ତି । ରବିବାର ରାତିରେ ଗୌଡପୁଟ ପଞ୍ଚାୟତ କନ୍ଧ ନୂଆପଲ୍ଲୀ ଗାଁରେ ହାତୀ ପଲ୍ଲ ପଶି ଆତଙ୍କ ରଚିଥିବା ବେଳେ ଗ୍ରାମବାସୀ ଓ ବନ କର୍ମଚାରୀ ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ଥିଲେ । ହେଲେ ଅମାନିଆ ହାତୀ ପଲ୍ଲଙ୍କୁ ଘଉଡାଇବା କଷ୍ଟକର ହୋଇପଡିଥିଲା । ରାତିରେ ହାତୀ ପଲ୍ଲ ଜଙ୍ଗଲ ମଧ୍ୟରେ ବିଚରଣ ଆରମ୍ଭ କରୁଥିବା ବେଳେ ସେମାନେ କୁଆଡ଼କୁ ମୁହାଁଇବେ ତାହା ଅନୁମାନ କରାଯିବା ସମ୍ଭବ ହେଉନାହିଁ । ଫଳରେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଓ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ମାନେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
Sign in
Sign in
Recover your password.
A password will be e-mailed to you.