ଅନୁସୂଚିତ ଜାତି ଓ ଜନଜାତି ହିସାବରେ ପାଇଥିବା ଚାରି ଡିସମିଲ ଘର ଡିହ ପାଇଁ ତହସିଲ ଅଫିସ ରେ ବିକ୍ଷୋଭ

0

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ତହସିଲ ଅନ୍ତର୍ଗତ କେଉଁଟିପାଲି ମୌଜା ରେ ଘର ଶୁନ୍ୟ ଅନୁସୂଚିତ ଜାତି ଓ ଜନଜାତି ଗଣ୍ଡା ସମାଜ ର ଲୋକ ମାନେ 1999ମସିହା ରୁ ସରକାର ଙ୍କ ଠାରୁ ଚାରି ଡିସମିଳ ଘର ଡିହ ପାଇ ଥିଲେ କିନ୍ତୁ ଏବେଯାଏ ଉକ୍ତ ଜାଗା କୁ ଦଖଲ ବା ମଡ଼ାଇ ବା ପାଇ ପ୍ରଶାସନ କେବେ ସେମାନଙ୍କୁ ସାହାଯ୍ୟ କରିନାହଁ | ଏହି ଘଟଣା ଙ୍କୁ କେନ୍ଦ୍ର କରି ଆଜି ସେ ଜାଗା ପାଇଥିବା ବ୍ୟକ୍ତି ମାନେ ସ୍ଥାନୀୟ ତହସିଲଦାର ଙ୍କ ଅଫିସ ସାମ୍ନା ରେ ବସି ରହିଥିଲେ ଫଳ ରେ ଅଫିସ କାମ ରେ ବାଧା ସୃଷ୍ଟି ହେବା ରୁ ତହସିଲଦାର ମହାଶୟ ଧାରଣା ରେ ବସିଥିବା ବ୍ୟକ୍ତି ମାନଂକୁ ବୁଝା ସୁଝା କରି ଆସନ୍ତା ତିନି ସପ୍ତାହ ଭିତରେ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ
ଓ ଧାରଣା ରୁ ଉଠିବା ପାଇଁ ଅନୁରୋଧ କରିଥିଲେ |ଏହା ଶୁଣି ଉତ୍ୟକ୍ତ ପୁରୁଷ ଓ ମହିଳା ଧାରଣା ରୁ ଉଠିଥିଲେ ଓ ଆସନ୍ତା ତିନି ସପ୍ତାହ ମଧ୍ୟ ରେ ସମସ୍ୟା ର ସମାଧାନ ନ ହେଲେ ରାଜ ରାସ୍ତା କୁ ଓ଼ଲ୍ଳେହି ଧାରଣା ଦେବେ ବୋଲି ପ୍ରଶାସନ କୁ ଚେତାବନୀ ଦେଇଥିଲେ |

Leave A Reply

Your email address will not be published.