ଖପ୍ରାଖୋଲ ୨/୬(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଅଞ୍ଚଳ ରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗ କୁ ମନଇଚ୍ଛା ବିଦ୍ୟୁତ ସରବରାହ ବନ୍ଦ ରହୁ ଥିବା ରୁ ଅଞ୍ଚଳ ର ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I ଏପରି କି ବର୍ଷା ନ ହେଲେ ମଧ୍ୟ ବିଦ୍ୟୁତ ସର ବରାହ ବନ୍ଦ ରହୁଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କର ପଢା ପୁଢ଼ି ରେ ବାଧା ଉପୁଜିଥିବା, ଅଫିସ କାର୍ଯ୍ୟ ରେ ବ୍ୟାଘାତ ହେଉଥିବା, ବ୍ୟାଙ୍କ ସେବା, ଅନଲାଇନ ସେବା ଗୁଡିକ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି ଓ ପ୍ରବଳ ଗୁଳୁ ଗୁଳି ଯୋଗୁଁ ଲୋକେ ନାହିଁ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି I ଏ ବିଷୟରେ ଧଣ୍ଡାମୁଣ୍ଡା ବଜରଙ୍ଗ ବଳି ବଣିକ ସଂଘ ତରଫରୁ ଏକ ଦାବି ପତ୍ର ସୋମବାର ଦିନ ଖପ୍ରାଖୋଲ ବିଦ୍ୟୁତ ବିଭାଗ ମୁଖ୍ୟ ଯନ୍ତ୍ରୀ ସମ୍ବିତ ପରିଡା ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି I ପ୍ରଶାନ୍ତ ମିଶ୍ର, ଇନ୍ଦ୍ରମଣୀ ସାହୁ, ଖିରୋଦ ଭୋଇ, ଦେବେନ୍ଦ୍ର ସାହୁ, ଶୋଭନ ମିଶ୍ର, ସୁରଜ ଦାସ, ମାନସ ସାହୁ, ଅବିନାଶ ସାହୁ, ଯେହେରୁ ପୁଟେଲ, ସାଗର କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ ସାଙ୍ଗ କୁ ଆଗାମୀ ଦିନ ରେ ବିଦ୍ୟୁତ ସାର ବରାହ ସ୍ୱାଭାବିକ ନହେଲେ ରାଜ ରାସ୍ତା କୁ ଓହ୍ଲେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.