ବରଗଡ଼ :- ବରଗଡ ପୁରୁଣା ମୁଖ୍ୟ ଚିକିତ୍ସାଳୟ ଡ଼ି.ପି.ଏମ. ୟୁ ମୀଟିଙ୍ଗ ହଲ ଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ସମସ୍ତ ସଦସ୍ୟ ଯଥା ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏ ଏ ନ ମ, ତଥା ଡ଼ି. ଇ. ଆଇ. ସି. ଷ୍ଟାଫ ଉପସ୍ଥିତ ଥିଲେ। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା DPM ଶ୍ରୀଯୁକ୍ତ ଦୀପକ କୁମାର ସାହୁ, DMRCH ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଲୁହା, ଏବଂRBSK & RKSK ମ୍ୟାନେଜର ଶ୍ରୀଯୁକ୍ତ ଗୁରୁ କୁମାର ଭୋଇ ଙ୍କୁ ଉପଢୌକନ ସହିତ ସ୍ୱାଗତ କରାଯାଇଥିଲା। ଶ୍ରୀଯୁକ୍ତ ଦୀପକ ସାହୁ ଜଣେ ଉଦାର ହୃଦୟ ତଥା ସମାଜ କଲ୍ୟାଣକାରୀ ବ୍ୟକ୍ତି ଭାବେ ପଶ୍ଚିମ ଓଡିଶରେ କଳାହାଣ୍ଡି ତଥା ସୁନ୍ଦରଗଡ଼ ଠାରେ ଦୀର୍ଘ ୮ ବର୍ଷ କାମ କରି ଆସିଛନ୍ତି। DMRCH ଶ୍ରୀଯୁକ୍ତ ଲୁହା ମଧ୍ୟ ଜଣେ ନିଷ୍ଠାବାନ ତଥା କାର୍ଯ୍ୟ ତତ୍ପର ବ୍ୟକ୍ତି ଭାବେ ବେଶ ଜଣା ଶୁଣା। ସୂଚନାଯୋଗ୍ୟ ଯେ, ଦୀର୍ଘ ୨ ବର୍ଷ ପୂର୍ବେ ବରଗଡ ଜିଲ୍ଲା RBSK ମ୍ୟାନେଜେର ଶ୍ରୀଯୁକ୍ତ ରାକେଶ କୁମାର ମହାପାତ୍ର ଙ୍କ ପରଲୋକ ପରେ ତାଙ୍କ ପଦବୀ ଖାଲି ପଡିଥିଲା ଏବଂ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଙ୍କୁ ଦାୟିତ୍ୱ ମିଳିଥିଲା। ସେ ମଧ୍ୟ ଅତ୍ୟନ୍ତ ସୁଚାରୁରୂପେ ନିଜର କର୍ତ୍ତବ୍ୟ ତୁଲାଇଥିଲେ, କିନ୍ତୁ ଦୁଃଖର ବିଷୟ ଏହା ଯେ, ସେ ମଧ୍ୟ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି। ଏପଟେ ଖୁସିର ଖବର ଯେ ଶ୍ରୀଯୁକ୍ତ ଭୋଇ ଜଣେ କର୍ତ୍ତବ୍ୟ ନିଷ୍ଠା ଓ ଦାୟିତ୍ୱ ବାନ ବ୍ୟକ୍ତି ତଥା ନୂତନ ମ୍ୟାନେଜେରଭାବେ ଯୋଗଦାନ କରିଛନ୍ତି। ତେଣୁକରି ବର୍ତମାନ ଠାରୁ ବରଗଡ ଜିଲ୍ଳାରେ RBSK କାର୍ଯ୍ୟକ୍ରମ ଠିକ ଭାବେ ଆଗେଇ ଚାଲିବ ବୋଲି ଜନ ସାଧାରଣ ରେ ଆଲୋଚନା ହେଉଛି। ଆଜିର ସ୍ୱାଗତ ସଭାରେ ଡ଼ା. ସୁଦୀପ୍ତ କୁମାର ସାହୁ, ଡ଼ା. ଲିଙ୍ଗରାଜ ଦାଶ, ଡ଼ା. ସଞ୍ଜୟ ମେହେର, ଡ଼ା. ଧରଣୀ ଧର ସିଂ ଦେଓ, ଡ଼ା. ନିର୍ମଳ ପୁରୋହିତ, ଡ଼ା. ଅଦିତି ପଟ୍ଟନାୟକ, ଡ଼ା. ମନୀଷା ପଣ୍ଡା, ଡ଼ା. ରଞ୍ଜିତା ସାହୁ, ବସନ୍ତ ସାମଲ, ଫାର୍ମାସିଷ୍ଟ ସଂଜୀବ କୁମାର ସରାପ, ରାଜକିଶୋର ଯୋଶୀ, ପୃଥ୍ୱୀରାଜ ଦଳପତି ତଥା ଅନ୍ୟାନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.