ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଳା ନୂଆପଡ଼ା ବ୍ଲକ ରେ ଅଭିଯୋଗ ଶୁଣାଣୀ ଶିବିର ପରେ ଆମାନାରା ଗ୍ରାମ ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲ କର, ଜିଲ୍ଳା ପରିଷଦ ସଦସ୍ୟା ଉମା ଠାକୁର, ବିଡିଓ ରୋହିତ ଭୋଇ , ତହସିଲଦାର ପ୍ରଣବ ରଞ୍ଜନ ସାହୁ , ସ୍ଥାନୀୟ ସରପଞ୍ଚ ବଙ୍ଗେଶ୍ୱରୀ ସିନ୍ହା, ସମିତି ସଭ୍ୟା ନୂତନ ନାଏକ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ସମାରୋହରେ ଜିଲ୍ଲାପାଳ ନବଜାତକ ଶିଶୁ କନ୍ୟା ଲକ୍ଷ୍ମୀ ରାଉତକୁ କୋଳରେ ଧରି ତା ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହା ସହିତ ଶିଶୁ କନ୍ୟା ମାନବୀ ଉଜିରର ଅନ୍ନ ପ୍ରାଶନ୍ନ କରିଥିଲେ lସେମାନଙ୍କ ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ରୋପଣ ପାଇଁ ପ୍ରଦାନ କରି ଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ସେମାନଙ୍କ ପରିବାରକୁ ଏହି ଆଗାମୀ ଦିନର ମାଆମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଉତ୍ସାହିତ କରିଥିଲେ l ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଆମାନାରା ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
ଶିବିରକୁ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା, ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ନୂଆପଡ଼ା ସିଡିପିଓ , ସ୍ଥାନୀୟ ସରପଞ୍ଚ, ସମିତି ସଭ୍ଯା ପ୍ରମୁଖ ଆୟୋଜନ କରିଥିଲେ। ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରୁଛନ୍ତି l ଗୋଟିଏ ସୁସ୍ଥ ସମାଜ ପାଇଁ ଝିଅ ଏବଂ ଗଛ ଉଭୟ ଅତ୍ୟନ୍ତ ଜରୁରୀ ଥିବାରୁ ସମସ୍ତେ ସେମାନଙ୍କ ସମୁଚିତ ଯତ୍ନ ନେବା ଆବଶ୍ଯକ l ଜିଲ୍ଲପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜନ ଶୁଣାଣୀ ଦିବସ ଅପରାହ୍ନରେ ସେହି ବ୍ଲକର ଗୋଟିଏ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ସହିତ ଏଭଳି ନିଆରା କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ଅନୁଷ୍ଠିତ ହେଉଛି l ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ବିଶେଷ ଆଦୃତି ଲାଭ କରିଛି l
Sign in
Sign in
Recover your password.
A password will be e-mailed to you.