ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0 2

ଓଡ଼ଗାଁ,୩୧।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜ୍ୟୋତ୍ସ୍ନା ପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିଲମାନପୁର, ମଞ୍ଜୁବାଳା ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ, ମିହିର ଷଡ଼ଙ୍ଗୀ, ପ୍ରଧାନ ଶିକ୍ଷକ ସଂଗ୍ରାମ କାଶିନାଥ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଘସାଦେଇପୁର, ସୂର୍ଯ୍ୟନାରାୟଣ ପଣ୍ଡା, ପ୍ରଧାନ ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟ ନୂଆ ବନ୍ଧସାହି, ଭଗବାନ ସାହୁ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ସୁନାମୁହିଁ, ସୁଷମା ସୁତାର ସହକାରୀ ଶିକ୍ଷୟିତ୍ରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ରଙ୍ଗଣୀପାଟଣା, ପ୍ରମୋଦା କୁମାରୀ ଦେବୀ ସହକାରୀ ଶିକ୍ଷୟିତ୍ରୀ ବନମାଳୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଶିଖରପୁର, ଶ୍ରୀଯୁକ୍ତ ଶଙ୍କର ଦାସ ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ମଦନପୁର, ମାଗେତା ବେହେରା ସହକାରୀ ଶିକ୍ଷକ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, କୋମଣ୍ଡ, ନଟବର ପାତ୍ର, ସହକାରୀ ଶିକ୍ଷକ ବି.ଏ କୋଅପରେଟିଭ୍ ସରକାରୀ ଉଚ୍ଚବିଦ୍ୟାଳୟ, ଆଙ୍ଗିସିଙ୍ଗି ନିଜ ନିଜ ସରକାରୀ ପଦବିରୁ ଶନିବାର ଅବସର ଗ୍ରହଣ କରିଛନ୍ତି । ଏ ଉପଲକ୍ଷେ ଏକ ନିରାଡ଼ମ୍ବର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ   ପ୍ରଧାନ ଶିକ୍ଷକ ଜଗଦୀଶ ମିଶ୍ର, ରଞ୍ଜନ କୁମାର ଦାଶ, ଭାବଗ୍ରାହୀ ମହାପାତ୍ର, ଦିଲ୍ଲୀପ କୁମାର ହୋତା, ରଘୁନାଥ ଦାଶ, ଶିକ୍ଷୟିତ୍ରୀ ଉଷାରାଣୀ ପଟ୍ଟନାୟକ, ଉଷାରାଣୀ ପଣ୍ଡା, ସତ୍ୟନାରାୟଣ ଆଚାର୍ଯ୍ୟ, ଜୟନ୍ତ କୁମାର ଦାଶ, ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.