ରୋହିବାଙ୍କ ବିଦ୍ୟାଳୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ

0 2

ଓଡ଼ଗାଁ,୩୧।୫(ଶ୍ରୀକାନ୍ତ କୁମାର ମିଶ୍ର): ଆଜି ଥିଲା ବିଶ୍ୱ ତମାଖୁ ବର୍ଜନ ଦିବସ । ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ସ୍କାଉଟ ଗାଇଡ ଓ ଇକୋକ୍ଳବ ଛାତ୍ର ଛାତ୍ରୀ ପାଳିଲେ ବିଶ୍ୱ ତମାଖୁ ନିରୋଧ/ବର୍ଜନ ଦିବସ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ଶିକ୍ଷକ ସନ୍ତୋଷ କୁମାର ସାହୁ ତତ୍ୱାବଧାନରେ ଆୟୋଜିତ ସଭାରେ ତମାଖୁ ସେବନର ଭୟାବହତା ସାଙ୍ଗକୁ ବ୍ରେନଷ୍ଟ୍ରୋକ, ଫୁସ ଫୁସ କ୍ୟାନସର, ବୃକକ ଏପରିକି ଏହି ଧୂଆଁ ଯେଉଁ ପଥ ଦେଇ ଯାଉଛି ସେହିବାଟେ ନିକୋଟିନର ପରିମାଣ ବୃଦ୍ଧି ଓ ତାହାର ସଂକ୍ରମିତ ଯୋଗୁଁ ବର୍ତ୍ତମାନ ଦିନକୁ ଦିନ କ୍ୟାନ୍ସର ରୋଗ ସୃଷ୍ଟି ସମ୍ବନ୍ଧିତ ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା।
ତମାଖୁ ଯାହାକି ଶରୀରପାଇଁ ଉପକାରୀ ବଦଳରେ କ୍ଷତି କରିବା, ପରିବାରରୁ ସ୍ୱାମୀ ସ୍ତ୍ରୀ କୁ ଅଲଗା କରିବା, କମ ବୟସ ଯୁବକ ଯୁବତୀଙ୍କୁ ବିପଥଗାମୀ କରିବା ଶେଷରେ ପରିବାରର ଆର୍ଥିକ ମାନଦଣ୍ଡକୁ ଉଜୁଡାଇ ସର୍ବସ୍ୱାନ୍ତ କରିଦେଇଥାଏ । ତଥାପି ମଣିଷ ନିଜ ଜୀବନ ପ୍ରତି ମୋହ ଛଡ଼ାଇ ଏହାକୁ ଖାଇ ଚାଲୁଛି । ଏସବୁ ଠାରୁ ନିବୃତ ରଖିବା ପାଇଁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ କୋମଳ ମତି ପିଲାଙ୍କ ମନରେ ଶପଥ ପାଠ କରାଇ ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା। ଗ୍ରାମ ପରିକ୍ରମା ସାଙ୍ଗକୁ ପିଲାମାନେ ଅଙ୍କି ଆଣିଥିବା ଚିତ୍ର ଗୁଡିକୁ ପ୍ରଦର୍ଶନ କରାଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଆଲୋକ ନାୟକ ପରିଚାଳନା କରିଥିବାବେଳେ, ଶିକ୍ଷକ ରାଧାଗୋବିନ୍ଦ ନାୟକ, ସୂର୍ଯ୍ୟମଣୀ ନାୟକ, ଖଗେଶ୍ୱର ବେହେରା, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ସମେତ ସହଯୋଗ କରିଥିଲେ।

Leave A Reply

Your email address will not be published.